ପୌର ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ କର୍ମଚାରୀଙ୍କ ଆନ୍ଦୋଳନ, ସରକାରୀ କାମ ଠପ୍

Published By : Prameya-News7 Bureau | November 25, 2022 IST

ଭଦ୍ରକ ୨୫/୧୧: ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କଲମ ଛାଡ଼ ଆନ୍ଦୋଳନରେ କର୍ମଚାରୀ ସଂଘ । ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ । ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ସମସ୍ତ ପୌର କର୍ମଚାରୀ ।

ଅଭିଯୋଗ ଅନୁଯାୟୀ ପୌରପାଳିକାରେ ଭତ୍ତା ବଣ୍ଟନ ବେଳେ କେତେକ ଲୋକେ ଏକାଠି ହୋଇ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେବେ ଏନେଇ ପୌର କର୍ମଚାରୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଗତକାଲି ଲିଖିତ ଅଭିଯୋଗ କରିଥିଲେ ।

ପୋୖରାଧକ୍ଷା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବା କର୍ମଚାରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ପୁଣି ଆନ୍ଦୋଳନ ରେ ବସିଛନ୍ତି । ଆଜି ପୁଣି ଥରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବେ । ସରକାରୀ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ କାର୍ଯ୍ୟ ପାଇଁ ବ୍ୟବସ୍ଥା କରିବା ନେଇ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.