Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ପୌରପାଳିକାରେ ଅଚଳାବସ୍ଥା, କର୍ମଚାରୀ ଅଭାବ ପ୍ରତିବାଦରେ ନିର୍ବାଚିତ ପ୍ରତିନିଧିଙ୍କ ଧାରଣା

12/10/2022 at 2:10 PM

ଆନନ୍ଦପୁର ୧୨/୧୦: ଆନନ୍ଦପୁର ପୌରପାଳିକାରେ ଏବେ ଅଚଳାବସ୍ଥା ପରିସ୍ଥିତି । କର୍ମଚାରୀଙ୍କ ଅଭାବରୁ ହୋଇପାରୁନି ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନି । ପୌରସଂସ୍ଥାରେ ୨ଟି ଗୋଷ୍ଠୀ ସଂଗଠକ ପଦବି ରହିଥିବାବେଳେ ଜଣେ ରଛନ୍ତି । ହେଲେ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ୪ଟି କିରାଣୀ ପଦବୀ ମଧ୍ୟ ଖାଲି ରହିଛି ।

ଅନ୍ୟପଟେ ପୌରସଂସ୍ଥା ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ପାଇଁ ହୋଇଥିବା ନିଷ୍ପତ୍ତି ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । ଏହିସବୁ ବିଷୟରେ ନିର୍ବାଚିତ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇଥିଲେ ମଧ୍ୟ ଜିଲ୍ଲାପାଳ ଘଟଣା ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ଜିଲ୍ଲା ପ୍ରଶାସନର ଆନନ୍ଦପୁର ପୌରପାଳିକା ପ୍ରତି ଏଭଳି ମନୋଭାବ ବିରୋଧରେ ଆଜି ପୌରପାଳିକାର ନିର୍ବାଚିତ ପ୍ରତିନିଧି ମାନେ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତି ଦାବି ପୁରଣ ନହେବ ଧାରଣା ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ.

   Related Posts