କରୋନାରେ ଚୀନ୍‌ର ବାଜି ଯାଇଛି ବ୍ୟାଣ୍ଡ, ଭାରତଠାରୁ ଅଧା ହେଲା GDP

Published By : Prameya-News7 Bureau | January 17, 2023 IST

ନୂଆଦିଲ୍ଲୀ ୧୭।୧: ଚୀନ୍‌ରେ କରୋନା ଭାଇରସ ମହାମାରୀ କିପରି ପ୍ରକୋପ କରିଛି ତାହା କାହାକୁ ଅଜଣା ନାହିଁ। ଚୀନ୍‌ରେ କରୋନାର ପ୍ରାଦୁର୍ଭାବ ଯୋଗୁ ଅନ୍ୟ ଦେଶରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଥିରେ ଚୀନ୍‌ ଲାଗି ଆଉ ଏକ ଖରାପ ଖବର ଆସିଛି। ଦେଶର ଆର୍ଥିକ ବିକାଶ ହାରର ତଥ୍ୟ ଜାରି ହୋଇଛି। ଏଥିରେ ୨୦୨୨ରେ ଚୀନ୍‌ର ଇକୋନମିକ ଗ୍ରୋଥ ରେଟ୍ ୩ ପ୍ରତିଶତ ରହିଥିବା କୁହାଯାଇଛି। ବିଶ୍ୱର ଦ୍ୱିତୀୟ ଅର୍ଥ ବ୍ୟବସ୍ଥା ଭାବେ ଜଣାଶୁଣା ଚୀନ୍‌ର ଏପରି ଅବସ୍ଥା ଏବେ ବିଶ୍ୱ ଲାଗି ଚିନ୍ତାର କାରଣ ପାଲଟିଛି।

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ ମହାମାରୀ ଏପର୍ଯ୍ୟନ୍ତ ଚୀନ୍‌ ଲାଗି ସମସ୍ୟାର କାରଣ ହୋଇ ରହିଛି। ଦେଶରେ କରୋନା ଉପରେ କାବୁ ପାଇବା ପାଇଁ ୨୦୨୨ରେ ସରକାରଙ୍କ ଦ୍ୱାରା ଲାଗୁ କଟକଣା ଓ ରିଏଲ ଇଷ୍ଟେଟ୍‌ ସେକ୍ଟରରେ ମାନ୍ଦାବସ୍ଥା ଯୋଗୁ ଦେଶର ଇକୋନମିକ ଗ୍ରୋଥ ରେଟ୍ ୩ ପ୍ରତିଶତକୁ ଖସିଛି। ଯାହା ଗତ ୪ ଦଶନ୍ଧୀର ସବୁଠୁ ଦୁର୍ବଳ ସ୍ତର ବୋଲି ଏବେ କୁହାଯାଉଛି। ଚୀନ୍‌ ନ୍ୟାସନାଲ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକ୍ସ (ଏନବିଏସ୍) ଙ୍କ ଦ୍ୱାରା ତଥ୍ୟ ମୁତାବକ ୨୦୨୨ର ଚତୁର୍ଥ ତ୍ରୈମାସିକରେ ବିକାଶ ହାର ବାର୍ଷିକ ଆଧାରରେ ୨.୯ ପ୍ରତିଶତ ଥିଲା।

{"id":734247,"width":841,"height":553,"sizeSlug":"full","linkDestination":"none"}

ତେବେ ତୃତୀୟ ତ୍ରୈମାସିକରେ ଏହା ୩.୯ ପ୍ରତିଶତ ଦେଖାଯାଇଥିଲା। ୨୦୨୨ ବର୍ଷ ଲାଗି ଡ୍ରାଗନ ୫.୫ ପ୍ରତିଶତ ବିକାଶ ହାରର ଲକ୍ଷ ଧାର୍ଯ୍ୟ କରିଥିଲା। ତେବେ ଏହା ଏବେ ୩ ପ୍ରତିଶତରେ ସୀମିତ ହୋଇଯାଇଛି। ଉପୁଜିଥିବା ପରିସ୍ଥିତି ଲାଗି ଚୀନ୍ ସରକାରଙ୍କ ଜିରୋ କୋଭିଡ ନୀତିକୁ ଏବେ ଦାୟୀ କରାଯାଉଛି। ଏହି ନୀତି ଯୋଗୁ ମେନୁଫେକ୍ଚରିଂ ଗତିବିଦ୍ଧି ସାଙ୍ଗକୁ ଖର୍ଚ୍ଚ ଉପରେ ବ୍ରେକ୍‌ ଲଗାଇ ଦେଇଛି। ଯାହାର ଫଳାଫଳ ଏବେ ସମସ୍ତଙ୍କ ସାମ୍ନାରେ।

ଗତବର୍ଷ ଯୋଗାଣ ଶୃଙ୍ଖଳାରେ ଦେଖା ଯାଇଥିବା ବ୍ୟବଧାନ ଚୀନ୍‌ ଅର୍ଥନୀତିକୁ ପ୍ରଭାବିତ କରିଛି। ଏଥିରେ ସରକାରଙ୍କ ଜିରୋ କୋଭିଡ ନୀତି ଓ ଏଥି ଯୋଗୁ ଲକଡାଉନ, କ୍ୱାରେଣ୍ଟାଇନ୍‌ ଆଦି କଟକଣା ଉତ୍ପାଦନକୁ ପ୍ରଭାବିତ କରିଥିଲା। ଏଥିରେ ବିଶ୍ୱବ୍ୟାଙ୍କ ୨୦୨୩ରେ ଚୀନ୍ ନିମନ୍ତେ ୪.୩ ପ୍ରତିଶତ ବିକାଶ ହାର ଅନୁମାନ କରିଛନ୍ତି। ଯାହା ସରକାରଙ୍କ ଧାର୍ଯ୍ୟ ଲକ୍ଷଠାରୁ ଢେର କମ୍। ଏଥିରେ ଏବେ ଚୀନ୍‌ ଜନସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଯାଇଛି। ୨୦୨୧ରେ ପ୍ରତି ୧ହଜାର ଜନସଂଖ୍ୟାରେ ଶିଶୁ ଜନ୍ମହାର ୭.୫୨ ପ୍ରତିଶତ ଥିଲା, ଯାହା ୨୦୨୨ରେ ହ୍ରାସ ହୋଇ ୬.୭୭ ପ୍ରତିଶତ ହୋଇଯାଇଛି। ଏଣୁ ଚୀନ ଜନସଂଖ୍ୟାରେ ୧୦ ଲକ୍ଷରୁ ଅଧିକ ପିଲା କମ୍‌ ଜନ୍ମ ହୋଇଛନ୍ତି। ଚୀନ୍‌ରେ ମୃତ୍ୟୁ ହାର ମଧ୍ୟ ୧୯୭୬ ମସିହା ପରେ ସବୁଠୁ ଅଧିକ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.