oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପରିବହନ ବିଭାଗ ଓ ପୋଲିସର ଜୋରଦାର ଚେକିଂ, କଟିଲା ଏକ ଲକ୍ଷ ୩ ହଜାର ୫୦୦ ଟଙ୍କାର ଇ-ଚାଲାଣ, ମଦୁଆ ବାଇକ ଚାଳକ ଗିରଫ

11/01/2021 at 8:44 PM

ପାଟଣା ୧୧।୦୧: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଓ ପରିବହନ ବିଭାଗ ପକ୍ଷରୁ  ୪୯ ନମ୍ବର ଜାତୀୟ ରାଜପଥର ବାଉଁଷୁଳି ନିକଟରେ ଆଜି ଗାଡି ମୋଟର ଚେକିଂ ଜୋରଦାର କରାଯାଇଛି। ବିନା ଇନସ୍ୟୁରାନ୍ସ ଓ ବିନା ହେଲମେଟରେ ଗାଡି ଚଳାଉଥିବା ୧୩ଟି ଗାଡିକୁ ୧ ଲକ୍ଷ ୩ ହଜାର ୫୦୦ ଟଙ୍କାର ଇ ଚାଲାଣ କଟାଯିବା ସହ ଏକ ନମ୍ବର ବିହୀନ ଗାଡିକୁ ପରିବହନ ବିଭାଗ ପକ୍ଷରୁ ଜବତ କରାଯାଇଛି।ସେହି ପରି ମଦ୍ୟପାନ କରି ଗାଡି ଚଳାଉଥିବା ଜଣେ  ମଦୁଆ ବାଇକ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ମଦୁଆ ବାଇକ ଚାଳକ ହେଲେ  ଦାଶରଥିପୁର ଗ୍ରାମର ସନ୍ତୋଷ  ମହାନ୍ତ ।

ସୂଚନା ଅନୁଯାୟୀ ତୁରୁମୁଙ୍ଗା ପୋଲିସ ଓ କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରେ ଆଜି  ଯାନ ବାହାନ ଚେକିଂ ହେଉଥିଲା। ଏହି ସମୟରେ ନିୟମ ଖିଲାପକାରୀ ଅମାନିଆଙ୍କଠାରୁ ଇ ଚାଲାଣ କଟାଯିବା ସହ ବିନା ନମ୍ବର ବିହୀନ ଏକ ବାଇକକୁ ଜବତ କରାଯାଇଛି।। ଉକ୍ତ ଚେକିଂ  କେନ୍ଦୁଝର ପରିବହନ ବିଭାଗ ର ସହକାରୀ ମଟର ଯାନ ନିରୀକ୍ଷକ ରମେଶ ଚନ୍ଦ୍ର ପଣ୍ଡା ,କନିଷ୍ଠ ମଟର ଯାନ ନିରୀକ୍ଷକ କାହ୍ନୁ ଚରଣ  ବାନରା,ତୁରୁମୁଙ୍ଗା ଥାନା ଅଧିକାରୀ ଶୁଶାନ୍ତ ମଣୀ ମହାନ୍ତିଙ୍କ ନେତୃତ୍ୱରେ କରାଯାଇଥିଲା।

   Related Posts