ସଂଗଠନକୁ ସୁଦୃଢ କର, କେନ୍ଦ୍ର ଅନୁଦାନ ଯେମିତି ତଳସ୍ତରର ପର୍ଯ୍ୟନ୍ତ ପହଞ୍ଚିବ, କର୍ମୀଙ୍କୁ ଆହ୍ଵାନ ଦେଲେ ଶାହ

Published By : Prameya-News7 Bureau | August 05, 2023 IST

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ପ୍ରତ୍ୟେକ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଲେଣି। କାହାକୁ କେଉଁ ଆସନରୁ ପ୍ରାର୍ଥୀ କରାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତୁ ଚାଲିଛି। ଏହି ପରିପ୍ରେକ୍ଷୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ନିଜର ଓଡ଼ିଶା ଗସ୍ତରେ ସଂଗଠନ ସୁଦୃଢ ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି। ଏ ନେଇ ଶାହଙ୍କ ମିଟିଂ ସଂପର୍କରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

wp:heading {"level":4}

Also read- ରାଜ୍ୟ ବିଜେପିର ନୂଆ ଟିମ୍; ୧୦ ଉପସଭାପତି ଏବଂ ୫ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ

/wp:heading

କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଥିବା ଅନୁବାଦ ସଂପର୍କରେ ଶାହ ଜଣାଇଛନ୍ତି। ୯ ବର୍ଷ ଭିତରେ କେନ୍ଦ୍ର ଓଡ଼ିଶାକୁ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଛି। ୟୁପିଏ ଅମଳରେ ଓଡ଼ିଶାକୁ ମାତ୍ର ୨.୯୩ କୋଟି ଟଙ୍କା ମିଳିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ଓଡ଼ିଶା ପ୍ରତି ଭଲ ପାଇବା ବୋଲି ଶାହ କହିଛନ୍ତି।

{"id":826707,"sizeSlug":"full","linkDestination":"none"}

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ଆହ୍ଵାନ ଦେଇଛନ୍ତି ଅମିତ ଶାହ। ଓ୍ଵାର୍ଡ, ପଞ୍ଚାୟତଠୁ ନେଇ ଜିଲ୍ଲା ପର୍ଯ୍ୟନ୍ତ ସଂଗଠନ ସୁଦୃଢ ପାଇଁ ଶାହ ଆହ୍ଵାନ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଛନ୍ତି। ବିଜେପି ଆନ୍ଦୋଳନ କରି ଏହାକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେବାକୁ କହିଛନ୍ତି। କେନ୍ଦ୍ର ଅନୁଦାନ ଯେମିତି ତଳସ୍ତର ପର୍ଯ୍ୟନ୍ତ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି।

{"id":826708,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ଅମିତ ଶାହ ଦୁଇଟି NHAI ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । କାମାକ୍ଷାନଗର-ଡୁବୁରୀ ଜାତୀୟ ରାଜପଥର ୪ ଥାକିଆ ରାସ୍ତା ଉଦ୍‌ଘାଟିତ ହୋଇଛି । ଏହାବାଦ୍‌ ମୋଟେରରୁ ବାନେର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ ହୋଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ ହୋଇଥିଲା । ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତ ଶାହ । ଓଡିଶା ଭଳି ଗୁଜରାଟ ଲୋକ ଜଗନ୍ନାଥଙ୍କୁ ଭଲ ପାଆନ୍ତି । ନବୀନ ପଟ୍ଟନାୟକ ହେଉଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.