ରାସ୍ତା ପାଲଟିଛି ମରଣଯନ୍ତା: ନିର୍ବାଚନ ବେଳେ ଗଦା ଗଦା ପ୍ରତିଶ୍ରୃତି ହେଲେ ଶୁଣିବାକୁ କେହି ନାହାନ୍ତି...

Published By : Prameya-News7 Bureau | February 24, 2020 IST

ନବରଙ୍ଗପୁର୨୪/୨: ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଲଢେଇ କରୁଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା କୋଟାଗାଁ ଗ୍ରାମ ପାଞ୍ଚୟତବାସୀ । ହେଲେ ଶୁଣିବାକୁ କେହି ନାହିଁ । ନିର୍ବାଚନ ବେଳେ ଗଦା ଗଦା ପ୍ରତିଶ୍ରୃତି ଅଜାଡୁଥିବା ନେତାଙ୍କ ଦେଖା ଦର୍ଶନ ନାହିଁ । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।

{"id":228684,"sizeSlug":"large"}

ରାସ୍ତା ଖାଲଖମାରେ ଭର୍ତ୍ତି । ଏମିତି ବିପଦଜନକ ଅବସ୍ଥାରେ ରହିଛି ଯେ ଗର୍ଭବତୀ ମହିଳା ଏହି ରାସ୍ତା ଦେଇ ନଯିବାକୁ ସଚେତନତାର ବେ।ର୍ଡ ଲାଗିଛି । ଏ କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ନବରଙ୍ଗପୁର ଜିଲ୍ଲା କେ।ଷାଗୁମୁଡା ଦେଇ କୋରାପୁଟକୁ ସଂଯେ।ଗ କରୁଥିବା ମୁଖ୍ୟ ରାସ୍ତା । ଏହି ରାସ୍ତା ପଡେ।ଶୀ ଛତିଶଗଡ ସହ ଉମରକୋଟ, ରାଇଘର, ଚାନ୍ଦାହାଣ୍ଡିକୁ ସଂଯେ।ଗ କରୁଛି । ରାସ୍ତା ଦେଇ ଅନେକ ସମୟରେ ନେତା, ମନ୍ତ୍ରୀ ଯିବା ଆସିବା କରନ୍ତି । କିନ୍ତୁ ରାସ୍ତାର ହାଲ୍ ପ୍ରତି କାହାର ନଜର ନାହିଁ । ଅସ୍ଥାୟୀ ଭାବରେ ମରାମତି ହେ।ଇଥିବା ରାସ୍ତା ପାଲଟିଛି ମରଣଯନ୍ତା । ଯାହାକୁ ନେଇ କ୍ଷେ।ଭ ପ୍ରକାଶ କରିଛନ୍ତି ସ୍ଥାନୀୟ ଲେ।କେ ।

{"id":228685,"sizeSlug":"large"}

ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ  ନିର୍ବାହୀ ଯନ୍ତ୍ରୀଙ୍କୁ ଆମେ ଭେଟିଥିଲୁ । କିନ୍ତୁ କ୍ୟାମେରା ଆଗରେ ସେ ମୁହଁ ଖେ।ଲିନଥିଲେ । କିନ୍ତୁ ଆବଶ୍ୟକୀୟ ଫଣ୍ଡ  ଆସିଲେ ରାସ୍ତା ନିର୍ମାଣ ହୋଇପାରିବ ବୋଲି କସେ କହିଛନ୍ତି । ରାସ୍ତାର ଅବସ୍ଥା ନେଇ ପ୍ରଶାସନ ଅବଗତ ଅଛି । ଯାହାର ପ୍ରମାଣ ହେଉଛି ସଚେତନତା ବେ।ର୍ଡ । ତେବେ ପ୍ରଶ୍ନ ଉଠୁଛି ସବୁ ଜାଣି ବି କାହିଁକି ରାସ୍ତା ମରାମତି ଉପେର ଗୁରୁତ୍ବ ଦେଉନି ଜିଲ୍ଲା ପ୍ରଶାସନ ? ସ୍ଥାନୀୟ ଅଞ୍ଚଳର ଲେ।କ ପ୍ରତିନିଧି କରୁଛନ୍ତି କଣ ?  ନେତାଙ୍କ ପ୍ରତିଶୃତି ପାଳନ କୁ ଅପେକ୍ଷା କରିଥିବା ଏହି ରାସ୍ତା ର ନିର୍ମାଣ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.