ପାରିବାରିକ ବିବାଦ ନେଲା ଉଗ୍ରରୂପ, ସ୍ତ୍ରୀର ତଣ୍ଟି କାଟିଦେଲା ନିଶାଡି ସ୍ୱାମୀ

Published By : Prameya-News7 Bureau | January 17, 2023 IST

ଭଦ୍ରକ ୧୭/୦୧: ପାରିବାରିକ ବିବାଦ ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେରେ ସ୍ତ୍ରୀ କୁ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ନିକଟ ବଣିଆ ପଂଚାୟତ କାଞ୍ଚପଡା ଗାଁରେ ।

କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନା ଙ୍କୁ ନିଶାଗ୍ରସ୍ତ ଅବସ୍ଥା ରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିବା ସୂଚନା ମିଳିଛି । କିଛି ଦିନ ଧରି ଉଭୟ ଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଲାଗିରହିଥିଲା । ଏହି ଘଟଣା କୁ ନେଇ ଭୋର ସମୟ ରେ ଜଗବନ୍ଧୁ ସ୍ତ୍ରୀ ଗାୟତ୍ରୀ ଙ୍କୁ ଏକ ଧାରୁଆ ମାରଣାସ୍ତ୍ର ରେ ତାଙ୍କ ବେକକୁ କଟିଦେଇଥିବା ସୂଚନା ମିଳିଛି ।

ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁ କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.