ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ, ପୋଲିସ ଆଗରେ ମାନିଲା ସତ

Published By : Prameya-News7 Bureau | October 20, 2022 IST

କୁଚିଣ୍ଡା୨୦/୧୦: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ମାଳ ପାଞ୍ଚୟତ ରାଉତପଡାରେ ଅଭାବନୀୟ ଘଟଣା । ଦେଢ଼ ମାସ ତଳୁ ସ୍ତ୍ରୀ ନିଖୋଜ ଘଟଣାରେ ଅଟକ ସ୍ୱାମୀର ଚାଞ୍ଚଲ୍ୟକର ବୟାନ । ଗାଁରେ ଚାଲିଥିବା କର୍ମା ପୂଜା ଦିନ ସ୍ତ୍ରୀକୁ ମାରି ଘର ବାଡ଼ିପଟେ ପୋତି ଥିବା ନେଇ ପୋଲିସ ଆଗରେ ମାନିଛି ସତ । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟଙ୍କ ସହ ସାଇଣ୍ଟିଫିକ୍‌ ଟିମ ପହଂଚି ତଦନ୍ତ କରୁଛି ।

୪୫ ଦିନ ପରେ ସତ ମାନିବା ସହ ଅଭିଯୁକ୍ତ ରଞ୍ଜନ ବାଡ଼ିରେ ସ୍ତ୍ରୀକୁ ମାରି ପୋତିଥିବା ଜାଗା ଦେଖାଇଛି । ତା କଥା ଅନୁସାରେ ଏସ୍‌ଡିପିଓ ଏବଂ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପୋତାଯାଇଥିବା ସ୍ଥାନକୁ ଖୋଳାଖୋଳି କରାଯାଇଥିଲା । ଦୀର୍ଘଦିନ ଧରି ନିଖୋଜ ଥିଲେ ତଳେ ଅଭିଯୁକ୍ତ ରଞ୍ଜନ ବାଡ଼ିର ସ୍ତ୍ରୀ ସାବିତ୍ରୀ ବାଡ଼ି । ତାଙ୍କ ନିଖୋଜ ନେଇ ଗାଁଲୋକଙ୍କ ସନ୍ଦେହ ହୋଇଥିଲା । ଅଭିଯୁକ୍ତକୁ ପଚାରିବାରୁ ସେ କେଉଁଆଡେ ଚାଲିଯାଇଛି ବୋଲି କହିଥିଲା ।

କିଛି ଦିନ ତଳେ ମୃତ ସାବିତ୍ରୀର ପରିବାର ଲୋକେ ସନ୍ଦେହରେ ଜମନକିରା ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ନେଇ ପଚାରିବାରୁ ସେ ସମସ୍ତ ଦୋଷ ମାନିଥିଲା । ତେବେ ନିଜ ଘର ସାଇଡ ବାଡ଼ିରେ ପୋତିଥିବା ନେଇ ସୂଚନା ଦେବା ସହ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଓ sdpoଙ୍କ ଉପସ୍ଥିତିରେ ଖୋଳା ଖୋଳି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.