ପାରିବାରିକ କଳହ ନେଲା ଉଗ୍ରରୂପ, ସ୍ତ୍ରୀକୁ ପିଟି ମାରିଦେଲା ସ୍ୱାମୀ

Published By : Prameya-News7 Bureau | November 04, 2022 IST

ଜଳେଶ୍ୱର ୦୪/୧୧ ସ୍ତ୍ରୀକୁ ପିଟି ମାରିଦେଲା ସ୍ୱାମୀ ସ୍ୱାମୀ ଗିରଫ । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କୁବାଡିଆ ଗ୍ରାମର ଲାଖାଇ କିସ୍କୁ ସେହି ଗ୍ରାମର ଦୁର୍ଗୀ କିସ୍କୁକୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି ।

ଦୀର୍ଘ ଦିନ ଧରି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ଫଳରେ ସ୍ତ୍ରୀ ଗତ ଦୁର୍ଗା ପୂଜା ଠାରୁ ସ୍ତ୍ରୀ ଦୁର୍ଗୀ ବାପ ଘରେ ଆସି ରହୁଥିଲା । ତେବେ ଗତକାଲି ସନ୍ଧ୍ୟା ସମୟରେ କୌଣସି ଏକ କଥାକୁ କେନ୍ଦ୍ରକରି ସ୍ୱାମୀ ଲାଖାଇ ଦୁଇ ଖଣ୍ଡ ବାଉଁଶରେ ଦୁର୍ଗୀକୁ ମାଡ଼ ମାରିଥିଲା । ସ୍ୱାମୀ ଲାଖାଇ ମାଡ଼ରେ ସ୍ତ୍ରୀ ଦୁର୍ଗୀର ମୃତ୍ୟୁ ଘଟିଥିଲା ।

ଗାଁ ଲୋକ ଜାଣିପାରି ଆଜି ସକାଳ ସମୟରେ ଜଳେଶ୍ୱର ଥାନାକୁ ଖବର ଦେଇଥିଲା । ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ଲାଖାଇକୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.