ନିଶାରେ ଚୂର୍ ହୋଇ ଘରକୁ ଫେରିଲା ସ୍ୱାମୀ, ସ୍ତ୍ରୀ ବିରୋଧ କରିବାରୁ ହାଣିଦେଲା ଟାଙ୍ଗିଆରେ

Published By : Prameya-News7 Bureau | October 31, 2022 IST

ରାଉରକେଲା ୩୧/୧୦: ମଦ୍ୟପ ସ୍ୱାମୀ ସାଜିଲା ସ୍ତ୍ରୀ ହନ୍ତା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ରାଉରକେଲା ରଘୁନାଥପାଲି ଥାନା ଦେଓଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖିଛି ପୋଲିସ ।

ପ୍ରତ୍ୟେକ ଦିନ ପରି ଗତକାଲି ରାତିରେ ମଦ ପିଇ ଘରକୁ ଫେରିଥିଲା ମଦ୍ୟପ ସ୍ୱାମୀ । ହେଲେ ସ୍ତ୍ରୀ ଏହାକୁ ବାରଣ କରିଥିଲା । ଫଳରେ କିଛି ସମୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଖୁବ ଜୋରରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ପରେ ହତ୍ୟାକାଣ୍ଡରେ ପରିଣତ ହୋଇଥିଲା । ଉତକ୍ଷୀପ୍ତ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା । ପରେ ପୋଲିସ ପହଞ୍ଚି ମଦ୍ୟପ ସ୍ୱାମୀକୁ ଅଟକ ରଖିଛି । ସେପଟେ ଏମିତି ଲୋମହର୍ଷଣ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.