ଗାଁକୁ ନଥିଲା ରାସ୍ତା, ଆସିପାରିଲାନି ଆମ୍ୱୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ରୋଗୀ

Published By : Prameya-News7 Bureau | October 03, 2022 IST

ନାରାୟଣପାଟଣା ୦୩/୧୦: ପୁଣୀ ଷ୍ଟେଚରରେ ବୁହାହେଲେ ରୋଗୀ । ଗାଁକୁ ପୋକ୍କା ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଷିତ ନାରାୟଣପାଟଣା ବ୍ଲକ୍ ସଦର ମହକୁମା ମାତ୍ର ୩ କିଲୋମିଟର୍ ଦୂରରେ ଅବସ୍ଥିତ ଖାରିକୋନ ଗାଁରେ ।

୪୫ ବର୍ଷୀୟ ରାମ ସୁକିୟା ନାମକ ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଆଉ ଜଣେ ମହିଳା ଲକ୍ଷ୍ମୀ କୁନ୍ଦାରିଆ ଜ୍ୱରରେ ଆକ୍ରାନ୍ତ ହୋଇ ଥିଲେ । ଭରା ନଦୀ ଦେଇ ବିପଦ ସଙ୍କୁଳ ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ପାଖକୁ ଆଣିଛନ୍ତି ସରପଞ୍ଚ ଓ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗ୍ରାମର ଯୁବକ ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.