ଅଜବ ପ୍ରଥା : କନ୍ୟା ସହ ନାଚିବାକୁ ହେଲେ ଦେବାକୁ ପଡେ ଅର୍ଥ
18/08/2022 at 11:23 AM

ନୂଆଦିଲ୍ଳୀ ୧୮।୦୮: ବିବାହକୁ ନେଇ ସାରା ବିଶ୍ୱରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । କ୍ୟୁବାରେ ଥିବା ସେହିଭଳି ଏକ ନିଆରା ପରମ୍ପରା ଖୁବ୍ ଚର୍ଚ୍ଚିତ । ଯାହା ଏହି ଖବର ଏବେ ଭାଇରାଲ୍ ହେଉଛି । ସେଠାରେ ବିବାହ ଉତ୍ସବ ପରେ ଯଦି କନ୍ୟା ସହ କେହି ଅତିଥି ନାଚିବାକୁ ଚାହିଁଥାନ୍ତି, ତା’ ହେଲେ ତାଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ ।
ବ୍ୟକ୍ତିଜଣକୁ ପ୍ରଥମେ କନ୍ୟାଙ୍କର ଗାଉନ୍ରେ ଟଙ୍କାକୁ ପିନ୍ରେ ଲଗାଇବାକୁ ପଡ଼େ । ଏହାପରେ ଯାଇ ତାଙ୍କୁ ତାଙ୍କ ସହ ନାଚିବାକୁ ଅନୁମତି ମିଳିଥାଏ । ସେପଟେ ଏକ ମହତ୍ ଉଦ୍ଦେଶ୍ୟ ଲାଗି ସେଠାରେ ଏହି ବ୍ୟବସ୍ଥା ରହିଥିବାର ସୂଚନା ମିଳିଛି । ସେ ଅନୁସାରେ, ସାଧାରଣତଃ ବିବାହ ଓ ଭୋଜି ଲାଗି ବହୁ ପରିମାଣର ଅର୍ଥ ଖର୍ଚ୍ଚ ହୋଇଥାଏ । କନ୍ୟାପକ୍ଷର ସେହି ଖର୍ଚ୍ଚକୁ ଟିକେ କମ୍ କରିବାକୁ ଏହି ପ୍ରଥାକୁ ପାଳନ କରାଯାଏ । କିଛି କ୍ଷେତ୍ରରେ କନ୍ୟାମାନେ ଅତିଥିଙ୍କ ନିକଟରୁ ପାଇଥିବା ସେହି ଟଙ୍କାକୁ ଭବିଷ୍ୟତରେ ସ୍ୱାମୀଙ୍କ ସହ ଭ୍ରମଣ କରିବାରେ ବି ଖର୍ଚ୍ଚ କରିଥାନ୍ତି ।