scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଜବ ଅଭିଯୋଗ, ଜିଲ୍ଲାପାଳ ଖୋଜିବେ ଜୀବନ ସାଥି

7/08/2023 at 10:09 PM

ଅନୁଗୋଳ: ଜିଲ୍ଲାପାଳ ଖୋଜିବେ ଜୀବନ ସାଥି। ଅନୁଗୋଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏମିତି ଏକ ଅଜବ ଅଭିଯୋଗ କରିଛନ୍ତି ନୂଆପଡା ନିବାସୀ ସଞ୍ଜିବ। ଆଜି ଛେଣ୍ଡିପଦା ଠାରେ ଆୟୋଜିତ ଜନଶୁଣାଣିରେ ଏହି ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ସଞ୍ଜୀବ ମହାପାତ୍ର। କାରଣ ତାଙ୍କ ବାପା ମାଙ୍କର ବୟସ ହୋଇ ସାରିଲାଣି। ଆଉ ସେମାନେ ରୋଷେଇ କରି ପାରୁ ନାହାଁନ୍ତି। ସଞ୍ଜିବ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ କେହି ଝିଅ ଦେଉ ନାହାଁନ୍ତି। ତେଣୁ ତାଙ୍କ ପାଇଁ ଏକ ଜୀବନ ସାଥି ଦରକାର ବୋଲି ଦରଖାସ୍ତ କରିଛନ୍ତି ସଞ୍ଜୀବ।

ଅଧିକ ପଢନ୍ତୁ- ମହାରାଜାଙ୍କୁ ନିରସ୍ତ୍ର କରିଦେଲେ, ଅନୁଗୋଳ ପୌରପାଳିକାରେ ଏମିତି ପୂଜ୍ୟପୂଜା !

ଏଭଳି ଦରଖାସ୍ତ ସମସ୍ତଙ୍କୁ ଅଡୁଆରେ ପକାଇ ଦେଇଛି। ଜୀବନ ସାଥି ଖୋଜି ଆଣିବେ କୁଆଡୁ। ତାହା ଏବେ ଜିଲ୍ଲାପାଳଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି। ଏହି ଖବର ଏବେ ସବୁଠି ଚର୍ଚ୍ଚା ମଧ୍ୟ ଧରିଲାଣି। ଏଥର ସମସ୍ତଙ୍କର ଚିନ୍ତା ଯିବ, ସରକାର ବିବାହ ପଞ୍ଜିକରଣ କରୁଛନ୍ତି। ଏଥର ଜୀବନ ସାଥି ଖୋଜିବେ ଜିଲ୍ଲାପାଳ ଏବଂ ସରକାର  ବୋଲି ଚାରି ଆଡ଼େ ଚର୍ଚ୍ଚା।

   Related Posts