ସୀମା ଟପିଗଲା ଡ୍ରାଗନ: ନଜରବନ୍ଦୀ ଶିବିରରେ ଉଇଗରଙ୍କ ଉପରେ ନିର୍ଯାତନା, ସିକ୍ରେଟ କ୍ୟାମେରାରେ କଏଦ ହେଲା ଚୀନର କାରନାମା

Published By : Prameya-News7 Bureau | November 21, 2021 IST

ବେଜିଂ ୨୧/୧୧: ଦିନକୁ ଦିନ ଚାଇନାରେ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ନିର୍ଯାତନା ବଢିବାରେ ଲାଗିଛି । ଖାସ୍ କରି ଉଇଗର ମୁସଲମାନଙ୍କ ଉପରେ ବଢିଛି ଅତ୍ୟାଚାର । ଯାହାକି ନଜରବନ୍ଦୀ ଶିବିରରେ ଲାଗିଥିବା ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଯାଇଛି । ଆଉ ଏହି ଭିଡ଼ିଓ ଏବେ ସୋସିଆଲ ଭାଇରାଲ ହେବାରେ ଲାଗିଛି ।

ଜିନଜିଆଙ୍ଗ ପ୍ରଦେଶର ଥିବା ନଜର ବନ୍ଦୀ ଶିବିରରେ ଉଇଗର ମୁସଲମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଚୀନ୍‌ର ଜଣେ କାର୍ଯ୍ୟକର୍ତ୍ତା ବନ୍ଦୋବସ୍ତରେ କାରନାମାକୁ ଗୁପ୍ତ ଭାବେ ଶୁଟ କରିଦେଇଛନ୍ତି । କାର୍ଯ୍ୟକର୍ତ୍ତା ଗୁଆନ ଗୁଆନ ଉଇଗରଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ୨୦ ମିନିଟର ଏକ ଭିଡିଓ ଶୁଟିଂ କରିଛନ୍ତି।

wp:html /wp:html

ଭିଡ଼ିଓରେ ଶି ଜିନପିଙ୍ଗ ନେତୃତ୍ୱାଧୀନ ସରକାର ଉଇଗୁରୁମାନଙ୍କୁ କିପରି ଅତ୍ୟାଚାର କରୁଛନ୍ତି ତାହାର ନିଷ୍ଠୁର ବାସ୍ତବତାକୁ ଦର୍ଶାଉଛି। ଅକ୍ଟୋବର ଆରମ୍ଭରେ ଭିଡିଓଟି ୟୁଟ୍ୟୁବରେ ଅପଲୋଡ ହୋଇଥିଲା। ଚୀନ୍ ପ୍ରାୟତ ଉଇଗୁରୁ ମୁସଲମାନମାନଙ୍କ ପ୍ରତି ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଆସୁଥିଲା । ଏହା ସେମାନଙ୍କର ପୂଜା ଠାରୁ ଆରମ୍ଭ କରି ଜୀବନ ପର୍ଯ୍ୟନ୍ତ ସବୁକିଛିରେ ହସ୍ତକ୍ଷେପ କରିଥାଏ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଆନ କହିଛନ୍ତି ଯେ , ଚାଇନା ସରକାରଙ୍କ ପ୍ରତିବନ୍ଧକ ଯୋଗୁ ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ସାକ୍ଷାତକାର ପାଇଁ ଜିନଜିଆଙ୍ଗରେ ପହଞ୍ଚି ପାରୁ ନାହାନ୍ତି। ଚାଇନାର ସରକାର ଉଇଗର ଏବଂ ସରକାରଙ୍କ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ବିନା ବିଚାରରେ କାରାଗାରରେ ରଖିଛନ୍ତି।

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜିନଜିଆନ ଗସ୍ତ ସମୟରେ ଗୁଆନ ସମୁଦାୟ ଆଠଟି ସହର ପରିଦର୍ଶନ କରିଥିଲେ ଏବଂ ୧୮ଟି ନଜର ବନ୍ଦ ଶିବିର ଆବିଷ୍କାର କରିଥିଲେ। ଏହି ଶିବିରଗୁଡିକ ମଧ୍ୟରୁ ଅନେକ ମାନଚିତ୍ରରେ ଚିହ୍ନିତ ହୋଇ ନ ଥିଲା । କିନ୍ତୁ ସେମାନେ କଞ୍ଚା ତାର, ଗାର୍ଡ ଟାୱାର, ପୋଲିସ୍ ଚେକପଏଣ୍ଟ, ସେନା ବ୍ୟାରେକ, ସେନା ଗାଡି ଏବଂ ଜେଲ ଭିତରେ ଥିବା କାନ୍ଥରେ ରେକର୍ଡ ମାର୍କ ରଖିଥିଲେ ।

ବହୁ ମାନବାଧିକାର ସଂଗଠନ ଦାବି କରିଛନ୍ତି ଯେ ଚାଇନା ଉଇଗରମାନଙ୍କୁ ବନ୍ଦୀ ଶିବିରକୁ ପଠାଉଛି । ସେମାନଙ୍କର ଧାର୍ମିକ ପ୍ରଥାରେ ହସ୍ତକ୍ଷେପ କରୁଛି, ଉଇଗର ମହିଳାମାନଙ୍କୁ ଜୋର୍‌ ଜବରଦସ୍ତ ଗର୍ଭ ନିରୋଧ ଅସ୍ତ୍ରୋପଚାର କରାଇବା ସହିତ ଅକଥନୀୟ ନିର୍ଯାତନା ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.