ଅସହାୟ ଅକ୍ଷମ ତଥାପି କରୁଛନ୍ତି ସଂଘର୍ଷ, ସହାୟତା ଅପେକ୍ଷାରେ ୪ ପ୍ରାଣୀ କୁଟୁମ୍ବ
18/07/2023 at 2:27 PM

ମହାକାଳପଡା ୧୮।୭: ଅସହାୟ ଅକ୍ଷମ ତଥାପି ଚାଲିଛି ଜୀବନ ଜୀବିକା ପାଇଁ ସଂଘର୍ଷ । ଆଶା ବାଡି ବିନା ଦୁଇ ପାଦ ଚାଲିବା ବି କଷ୍ଟକର । ହେଲେ କରିବେ ବା କ’ଣ । ୪ ପ୍ରାଣୀ କୁଟୁମ୍ବ ଚଳେଇବା କଷ୍ଟକର ହୋଇପଡିଛି । ଦିବ୍ୟାଙ୍ଗ ସ୍ତ୍ରୀ, ଦୁଇ ଝିଅକୁ ନେଇ ତାଙ୍କ ସଂସାର । ସ୍ତ୍ରୀର ମୁଣ୍ଡ ଟ୍ୟୁମରକୁ ଭଲ କରିବା ପାଇଁ ଘର ଡିହ ବିକ୍ରି କରି ଅସ୍ତ୍ରୋପଚାର କରିଥିଲେ । ଭଲ ହେବା ପରିବର୍ତ୍ତେ ଅର୍ଥ ଅଭାବରୁ ଦିବ୍ୟାଙ୍ଗ ପାଲଟି ଯାଇଥିବା ବେଳେ ଦଇବ ଦାଉ ସାଜିଲା । ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଲା । ଦିବ୍ୟାଙ୍ଗ ସ୍ତ୍ରୀ ଦୁଇ ଝିଅଙ୍କ ମୁହଁରେ ଟିକେ ଦାନା ଦେବା ପାଇଁ ନିଜ ବାଡ଼ିରେ ହାଡ଼ଭଙ୍ଗା ପରିଶ୍ରମ କରି ପନିପରିବାର ଫଳାଇ ବିକ୍ରି କରନ୍ତି । ଆଉ ସେଇ ରୋଜଗାର ଓ ମାସିକ ଭତ୍ତା ଗ୍ରାମ ଲୋକଙ୍କ ସହଯୋଗରେ ବହୁ କଷ୍ଟରେ ପରିବାର ଭରଣପୋଷଣ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ସୁନିତି ଗ୍ରାମର ମଣ୍ଟୁ କୁମାର ଜାନା ।

ସେ ଅସହାୟ ଅକ୍ଷମ ତଥାପିଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ସେ ଜଣେ ପାଓ୍ବାର ଟିଲର ଡ୍ରାଇଭର ଭାବେ କାମ କରନ୍ତି । ସେହି ଅର୍ଥରେ ପରିବାରର ପ୍ରତିପୋଷଣ କରନ୍ତି । ସେଥିରେ ବେଶ୍ ହସଖୁସିରେ ସଂସାର ଚାଲିଥିଲା । ୨୦୧୦ ମସିହାରେ ସ୍ତ୍ରୀ ସରସ୍ଵତୀ ଜାନାଙ୍କର ହଠାତ ଦେହ ଅସୁସ୍ଥ ହୋଇଥିଲା । ହସ୍ପିଟାଲରେ ପରୀକ୍ଷା ପରେ ଜଣା ପଡିଥିଲା ମୁଣ୍ଡରେ ଟ୍ୟୁମର ହୋଇଛି । ତୁରନ୍ତ ଅସ୍ତ୍ରୋପଚାର କରିବା ଦରକାର । ଘର ଜମିବାଡି ବିକ୍ରି କରି ଅସ୍ତ୍ରୋପଚାର କରିଥିଲେ । ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ପାରିନଥିଲେ । ସ୍ତ୍ରୀ ଚିକିତ୍ସା ଅବହେଳାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

ଭାଗ୍ୟର ବିଡମ୍ବନା ୨୦୧୭ ମସିହାରେ ଜମିରେ ପାଓ୍ବାର ଟିଲରରେ ହଳ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ସାରା ଜୀବନ ପାଇଁ ଗୋଟିଏ ଗୋଡ଼ ହରାଇବାକୁ ପଡ଼ିଥିଲା । ସେବେଠାରୁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ ମଣ୍ଟୁ । ରୋଜଗାର ଶୂନ୍ୟ ପରିବାର ନିର ପରିବାର ଚଳାଇବା ପାଇଁ କେଉଁଠୁ ଆଣିବେ ଅର୍ଥ । ଝିଅମାନଙ୍କୁ ପାଠ ପଢେଇବା ବନ୍ଦ କରିଦେଇଛନ୍ତି । ବଡ଼ ଝିଅ ଦଶମ ଶ୍ରେଣୀରୁ ପାଠ ଛାଡିଥିବା ବେଳେ ସାନ ଝିଅ ସପ୍ତମରେ ପଡୁଛନ୍ତି । ପରିବାର ପାଇଁ ଟିକେ ଦାନା ଯୋଗାଡ କରି ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦିବ୍ୟାଙ୍ଗ ମଣ୍ଟୁ ଓ ତାଙ୍କ ଦିବ୍ୟାଙ୍ଗ ସ୍ତ୍ରୀ କରୁଛନ୍ତି ସଂଘର୍ଷ ।

ଏପରି ସ୍ଥିତିରେ ସରକାରଙ୍କ ତରଫରୁ ମଣ୍ଟୁ ଜାନାକୁ ତିନି ଚକିଆ ସାଇକେଲ ପ୍ରଦାନ କଲେ ଛୋଟ ମୋଟ ବେପାର କରି ପରିବାର ପ୍ରତିପୋଷଣ କରି ପାରିବେ ବୋଲି କହିଛନ୍ତି । ସରକାରଙ୍କ ତରଫରୁ ସ୍ତ୍ରୀ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିବା ସହିତ ମଣ୍ଟୁ ଜାନାଙ୍କୁ କୁତ୍ରିମ ଗୋଡ଼ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି । ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ସହଯୋଗ କରାଯିବା ପାଇଁ ସରପଞ୍ଚ କହିଛନ୍ତି ।
You Can Read :