vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଧକ୍ ଧକ୍ ଗର୍ଲଙ୍କ ସହ ଘଟିଥିଲା ଏମିତି ଘଟଣା, ତଥାପି ହସି ହସି ସୁଟିଂ କରିଥିଲେ କମେଡି ସିନ୍

17/05/2022 at 11:39 AM

ମୁମ୍ୱାଇ ୧୭/୦୫: ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷୀତଙ୍କ ଫ୍ୟାନ୍ ଫଲୋଅର ଅଧିକ । ତାଙ୍କୁ କିଏ ବା ପସନ୍ଦ ନକରେ । ସର୍ବଦା ମାଧୁରୀ ତାଙ୍କ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ । ନିଜ ବ୍ୟକ୍ତିଗତ ଜୀବନର ଚାପକୁ ନିଜ କାମରେ ଦେଖାଇବାକୁ କେବେ ଇଚ୍ଛା କରନ୍ତି ନାହିଁ । ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷି ଏକ ସାକ୍ଷାତକାରରେ କହିଛନ୍ତି ଯେ ଏକଦା ମାଧୁରୀ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଘଡି ସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିଲେ ।

ତଥାପି ସେ ତାଙ୍କର କର୍ତ୍ତବ୍ୟ ପ୍ରତି କେବେହେଲେ ଅବହେଳା କରିନଥିଲେ । ସେତେବେଳେ ସେ ରିଲ ଲାଇଫରେ ଏମିତି ଅଭିନୟ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ରାଜକୁମାର ସନ୍ତୋଷି କହିଛନ୍ତି ଯେ ଯେତେବେଳେ ସେ ଓଟିରେ ସୁଟିଂ କରୁଥିଲେ ସେତେବେଳେ ତାଙ୍କ ସହ ଘଟିଥିଲା କିଛି ଘଟଣା । ତାଙ୍କୁ ବାଙ୍ଗାଲୋରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ପଡିଲା ।

ରାଜକୁମାର ସନ୍ତୋଷି ଏବଂ ମାଧୁରୀ ଦୀକ୍ଷିତ ପ୍ରଥମ ଥର ପାଇଁ ‘ପୁକାର’ରେ ଏକାଠି କାମ କରିଥିଲେ । ଏହା ବ୍ୟତୀତ ଦୁହେଁ ୨୦୨୦ ଚଳଚ୍ଚିତ୍ର ‘ଲଜା’ ରେ ଏକାଠି କାମ କରିଥିଲେ । ଯେଉଁଥିରେ ସେ ଥିଏଟର କଳାକାର ଭୂମିକାରେ ଅଭିନୟ କରିଥିଲେ । ମାଧୁରୀଙ୍କ କାର୍ଯ୍ୟର ପାରଦର୍ଶିତା ବର୍ଣ୍ଣନା କରି ରାଜକୁମାର କହିଛନ୍ତି, ଆମେ ଓଟିରେ ସୁଟିଂରେ ବ୍ୟସ୍ତ ଥିଲୁ ।

ପ୍ରଡକ୍ସନ୍ ଇନ୍-ଚାର୍ଜ ମୋ ପାଖକୁ ଆସି ପଚାରିଲେ ଯେ ଆମେ ଅପଗାହ୍ନ ୨.୩୦ ସୁଦ୍ଧା ସୁଟ୍ ଶେଷ କରିପାରିବା କି ନାହିଁ । କାରଣ ମାଧୁରୀଙ୍କୁ ସନ୍ଧ୍ୟା ସୁଦ୍ଧା ଯିବାକୁ ପଡିବ । ମୁଁ ତାଙ୍କୁ କହିଲି ଆମେ ଚେଷ୍ଟା କରିବୁ । ମଧ୍ୟାହ୍ନ ଭୋଜନରେ ମୁଁ ଜାଣିଲି ଯେ ମାଧୁରୀ ଦୀକ୍ଷିତଙ୍କ ପିତାଙ୍କ ଘରେ ଚଢାଉ କରାଯାଇଛି । ଏହାକୁ ନେଇ ସେ ବହୁତ ଟେନସନରେ ଅଛନ୍ତି ।

ସନ୍ତୋଶୀ କହିଛନ୍ତି, ‘ମାଧୁରୀ ଦୀକ୍ଷିତଙ୍କ ମା ଆମ ସହ ସୁଟିଂରେ ଥିଲେ । ମାନସିକ ସ୍ତରରେ ସେ ଠିକ୍ ନଥିଲେ ସତ୍ତ୍ୱେ ମାଧୁରୀ ଦୀକ୍ଷିତ କମେଡି ଦୃଶ୍ୟ ପାଇଁ ସୁଟିଂ କରୁଥିଲେ । ସେ ନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇ ନଥିଲେ ଯେ ସେ ଚାପରେ ଅଛନ୍ତି ।

   Related Posts