ରାତିରେ ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ କ’ଣ ? ଜାଣନ୍ତୁ…

Published By : Prameya-News7 Bureau | June 08, 2023 IST

ନୂଆଦିଲ୍ଲୀ ୦୮।୦୬:  ଆମେ ପିଲାଦିନରୁ ଶୁଣୁଛୁ ଯେ “ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା” ।  କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଏଥିରେ ଦେଖିବାକୁ ମିଳୁଛି ଅନିୟମିତତା । ଶରୀରର ଥକାପଣରୁ ମୁକ୍ତି ପାଇବା ଓ ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ରାତିରେ ଶୋଇବା ଏବଂ ସକାଳେ ଉଠିବା ପାଇଁ ଉପଯୁକ୍ତ ସମୟ ଜାଣିବା ମଧ୍ୟ ଜରୁରୀ ଅଟେ... କିନ୍ତୁ ଜାଣିଛନ୍ତି କି କେତେବେଳେ ଶୋଇବା ଆଉ କେତେବେଳେ ଉଠିବାର ଠିକ୍ ସମୟ । ଆସନ୍ତୁ  ଜାଣିବା...

{"id":799987,"width":838,"height":475,"sizeSlug":"full","linkDestination":"none"}

ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଶାରୀରିକ କାର୍ଯ୍ୟକଳାପ ଓ ବୟସ ଅନୁଯାୟୀ ଶୋଇବା ଆବଶ୍ୟକ କରନ୍ତି । ଉଦାହରଣ ସ୍ୱରୂପ, ୩-୧୨ ମାସର ପିଲାମାନେ ୧୨ରୁ ୧୬ ଘଣ୍ଟା ଶୋଇବା ଆବଶ୍ୟକ । ଅନ୍ୟପକ୍ଷରେ, ୧ରୁ ୫ ବର୍ଷର ପିଲାମାନଙ୍କୁ ୧୦ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ, ୯ରୁ ୧୮ବର୍ଷ ବୟସ୍କ ପିଲାମାନଙ୍କୁ ୮ରୁ ୧୦ଘଣ୍ଟା ଏବଂ ୧୮ରୁ ୬୦ବର୍ଷ ବୟସ୍କଙ୍କୁ ୭ରୁ ୮ଘଣ୍ଟା ପର୍ଯ୍ୟାପ୍ତ ନିଦ ଆବଶ୍ୟକ ।

{"id":799988,"sizeSlug":"full","linkDestination":"none"}

ଯଦି ଜଣେ ବ୍ୟକ୍ତି ଦିନରେ ଯଦି ନିଦ୍ରା ଅନୁଭବ କରୁଛନ୍ତି, ତେବେ ଏହା ଏକ ସଙ୍କେତ ଅଟେ ଯେ ସେ ରାତିରେ ପର୍ଯ୍ୟାପ୍ତ ନିଦ ପାଇନାହାଁନ୍ତି । ନିଦ୍ରାର ଅଭାବ କ୍ରୋଧ, ଭୁଲିଯିବା ଏବଂ ଉଦାସୀନତା ଭଳି ସମସ୍ୟା ସୃଷ୍ଟି କରେ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ ରୋଗ, ମୋଟାପଣ ଏବଂ ଉଦାସୀନତା ଭଳି ରୋଗ ହେବାର ଆଶଙ୍କା ଅଧିକ ।

{"id":799989,"sizeSlug":"large","linkDestination":"none"}

ଅତ୍ୟଧିକ ଶୋଇବା ଯେତିକି କ୍ଷତିକାରକ ତ’ଠାରୁ କମ୍‌ ଶୋଇବା ଅଧିକ କ୍ଷତିକାରକ । ଯଦି ଆପଣ ୭-୮ ଘଣ୍ଟା ଶୋଇବା ପରେ ମଧ୍ୟ ନିଦ୍ରା ଅନୁଭବ କରନ୍ତି, ତେବେ ଆପଣ ଉଦାସୀନତା, ବିରକ୍ତିକରତା, ହୃଦ ରୋଗ, ଚିନ୍ତା, ନିଦ୍ରା ଆପ୍ନିଆ, ମଧୁମେହ, ମୋଟାପଣ, ଥାଇରଏଡ୍, ଆଜମା ରୋଗରେ ପୀଡିତ ହୋଇପାରନ୍ତି ।

You Can Read:

wp:embed {"url":"https://www.prameyanews7.com/oes-drinking-tea-make-your-complexion-dark-know-the-truth/","type":"wp-embed","providerNameSlug":"prameya-news-7"}
https://www.prameyanews7.com/oes-drinking-tea-make-your-complexion-dark-know-the-truth/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.