ଦେଶର ଗୌରବର ପ୍ରତୀକ ତ୍ରିରଙ୍ଗା ପଛର କାହାଣୀ କ'ଣ ଜାଣନ୍ତୁ : ବର୍ତ୍ତମାନର ଧ୍ବଜା ପୂର୍ବରୁ କିଭଳି ଥିଲା ରାଷ୍ଟ୍ରର ଧ୍ବଜା

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪/୦୮ : ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଦେଶର ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରନ୍ତି | ଦେଶର ଜାତୀୟ ପତାକାର ବିଶେଷ ମହତ୍ୱ ରହିଛି | ବର୍ତ୍ତମାନ ଦେଶର ଜାତୀୟ ପତାକା ଯେଉଁଭଳି ରହିଛି ତାହା କଣ ପୂର୍ବରୁ ମଧ୍ୟ ସେହିଭଳି ଥିଲା ? ଦେଶର ଜାତୀୟ ପତାକା ତିଆରି ପଛରେ କଣ କାହାଣୀ ରହିଛି ? ଏହାର ଏକ ରୋମାଞ୍ଚକ ଇତିହାସ ରହିଛି | ପତାକାର ଶୀର୍ଷରେ ନାରଙ୍ଗୀ ରଙ୍ଗ, ମଝିରେ ଧଳା ଓ ନିମ୍ନରେ ସବୁଜ ରଙ୍ଗ ରହିଛି | ଧଳା ରଙ୍ଗ ମଝିରେ ଗାଢ଼ ନୀଳ ରଙ୍ଗର ଚକ୍ର ରହିଛି | ଏହି ପ୍ରତୀକକୁ ସାରନାଥ ସ୍ଥିତ ଅଶୋକ ସ୍ଥମ୍ଭରୁ ନିଆଯାଇଛି |

{"id":314539,"sizeSlug":"large"}

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭାରତ ସ୍ୱାଧୀନତାର କିଛି ଦିନ ପୂର୍ବରୁ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଆୟୋଜିତ ସମ୍ବିଧାନ ସଭା ବୈଠକରେ ଦେଶର ଜାତୀୟ ପତାକାର ବର୍ତ୍ତମାନ ସ୍ୱରୂପକୁ ଗ୍ରହଣ କରାଯାଇଥିଲା | ପତାକାରେ ୩ଟି ରଙ୍ଗ ଥିବାରୁ ଏହାକୁ ତ୍ରିରଙ୍ଗା ପତାକା କୁହାଯାଏ | ଜାତୀୟ ପତାକାର ବର୍ତ୍ତମାନ ରୂପ ପୂର୍ବରୁ ଏହିଭଳି ନଥିଲା | ରାଷ୍ଟ୍ରୀୟ ଧ୍ବଜାର ବର୍ତ୍ତମାନ ରୂପ ଧ୍ବଜା ବିକାଶ ଅନେକ ଦିଗ ଦେଇ ଗତି କରିବା ପରେ ସମ୍ଭବ ହୋଇଛି |

{"id":314551,"width":563,"height":375,"sizeSlug":"large"}

୧. ଭାରତୀୟ ରାଷ୍ଟ୍ରୀୟ ଧ୍ବଜାର ପ୍ରଥମ ସ୍ୱରୂପ ସ୍ବଦେଶୀ ଆନ୍ଦୋଳନ ସମୟରେ ଗ୍ରହଣ କରାଯାଇଥିଲା | ଏହା ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ ପାର୍ସି ବାଗାନ ଚକ (ଗ୍ରୀନ ପାର୍କ) କୋଲକାତାରେ ଉତ୍ତୋଳନ କରାଯାଇଥିଲା | ଏହି ଧ୍ବଜା ୩ ରଙ୍ଗ ବିଶିଷ୍ଟ ଥିଲା | ଏଥିରେ କିଛି ପ୍ରତୀକ ଦର୍ଶାଯାଇଥିଲା |

{"id":314545,"sizeSlug":"large"}

୨. ୧୯୦୭ ମସିହାରେ ମ୍ୟାଡ଼ାମ ଭିଖାଜି କାମା ଦ୍ୱାରା ପ୍ୟାରିସରେ ଭାରତର କିଛି କ୍ରାନ୍ତିକାରୀଙ୍କ ଉପସ୍ଥିତିରେ ଦ୍ୱିତୀୟ ରାଷ୍ଟ୍ରୀୟ ଧ୍ବଜା ଉତ୍ତୋଳନ କରାଯାଇଥିଲା | ଏଥିରେ ମଧ୍ୟ ୩ଟି ରଙ୍ଗ ଥିଲା | ଏଥିରେ ୭ଟି ତାରା ସପ୍ତଋଷି ପ୍ରତୀକ ରହିଥିଲା |

{"id":314546,"sizeSlug":"large"}

୩. ୧୯୧୭ ମସିହାରେ ହୋମ ରୁଲ ଆନ୍ଦୋଳନ ଗତିବିଧି ଅଧୀନରେ ତୃତୀୟ ରାଷ୍ଟ୍ରୀୟ ଧ୍ବଜା ଗ୍ରହଣ କରାଯାଇଥିଲା | ଏଥିରେ ୫ଟି ନାଲି ଓ ୪ଟି ସବୁଜ ପଟ୍ଟୀ ଥିଲା | ଏଥିରେ ସପ୍ତଋଷିଙ୍କ ୭ ତାରା ଥିଲେ | ବାମ ସାଇଡରେ ୟୁନିୟନ ଜେକ ଥିଲା |

{"id":314547,"sizeSlug":"large"}

୪. ୧୯୨୧ ମସିହାରେ ବିଜୟବାଡାରେ ହୋଇଥିବା ଭାରତୀୟ କଂଗ୍ରେସ କମିଟି ଅଧିବେଶନ ଏକ ପତାକା ବ୍ୟବହାର କରାଯାଇଥିଲା ଯାହାକୁ ଚତୁର୍ଥ ରାଷ୍ଟ୍ରୀୟ ଧ୍ବଜା କୁହାଗଲା | ୩ଟି ରଙ୍ଗର ପଟ୍ଟୀରେ ଗାନ୍ଧିଜୀଙ୍କ ଚରଖାର ପ୍ରତୀକ ଦର୍ଶାଉଥିଲା | ଏହି ଧ୍ବଜାରେ ନାଲି ଓ ସବୁଜ ରଙ୍ଗ ଦୁଇଟି ପ୍ରମୁଖ ସମ୍ପ୍ରଦାୟ, ହିନ୍ଦୁ ଓ ମୁସଲମାନକୁ ପ୍ରତିନିଧିତ୍ବ କରୁଥିଲା | 

{"id":314548,"sizeSlug":"large"}

୫. ୧୯୩୧ ମସିହାରେ ଗ୍ରହଣ କରାଯାଇଥିବା ରାଷ୍ଟ୍ରୀୟ ଧ୍ବଜା ଦେଖିବାକୁ ପ୍ରାୟ ବର୍ତ୍ତମାନର ରାଷ୍ଟ୍ରୀୟ ଧ୍ବଜା ଭଳି | ଏଥିରେ ମଧ୍ୟ ୩ଟି ରଙ୍ଗ ଥିଲା, ନାରଙ୍ଗୀ, ଧଳା ଓ ସବୁଜ | ଧଳା ରଙ୍ଗ ମଝିରେ ଗାନ୍ଧିଜୀଙ୍କ ଚରଖା ପ୍ରତୀକ ଥିଲା |

{"id":314549,"sizeSlug":"large"}

୬. ବର୍ତ୍ତମାନର ରାଷ୍ଟ୍ରୀୟ ଧ୍ବଜା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସମ୍ବିଧାନ ସଭା ଝଣ୍ଡା ସମିତି ତରଫରୁ ଗ୍ରହଣ କରାଯାଇଥିଲା | ଏହି ସମିତିର ଅଧ୍ୟକ୍ଷ ଥିଲେ ଡ.ରାଜେନ୍ଦ୍ର ପ୍ରସାଦ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.