ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩ଦିନରେ ଆଦାନୀ ଗ୍ରୁପର ବୁଡ଼ିଲାଣି ୫୮ହଜାର କୋଟି

30/01/2023 at 6:11 PM

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପରେ ତୁଫାନ ଆସିଛି । କ୍ରମାଗତ ସେୟାର ହ୍ରାସ ପାଇବାରେ ଲାଗିଛି । କମ୍ପାନୀ ପକ୍ଷରୁ ସଫେଇ ଦିଆଯାଇଥିଲେ ମଧ୍ୟ ସୋମବାର ମଧ୍ୟ ଡଲାର ବଣ୍ଡ୍ ଖସିଛି । ଗତ ୩ଦିନ ମଧ୍ୟରେ ନିବେଶକଙ୍କ ସେୟାର ପ୍ରାୟ ୫୮ ହଜାର କୋଟି ଟଙ୍କା ବୁଡ଼ିଯାଇଛି।

ଗୌତମ ଆଦାନୀ କମ୍ପାନୀ ସମୂହ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଥିଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ସୂଚନା ଅନୁଯାୟୀ, ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପରେ ରବିବାର ଏହାର ଜବାବ ଦେଇଥିଲା କମ୍ପାନୀ । ଆଗାନୀ ଗ୍ରୁପ ୪୧୩ ପୃଷ୍ଠାର ପ୍ରତିକ୍ରିୟା ଜାରି କରିଥିଲା । କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଦେଶ ଉପରେ ଆକ୍ରମଣ ବୋଲି କହିଥିଲେ । ହେଲେ ହିଣ୍ଡେନବର୍ଗ ନିଜ ରିପୋର୍ଟକୁ ସଠିକ୍ କହିବା  ସହିତ ଆଦାନୀ କମ୍ପାନୀ ସମୂହ ରାଷ୍ଟ୍ରବାଦ ନାଁରେ ଦେଶକୁ ଲୁଟୁଛି ଏବଂ ଏହି ଜାଲିଆତିରୁ ବର୍ତ୍ତି ପାରିବ ନାହିଁ ବୋଲି କହିଛନ୍ତି ।   

ଅନ୍ୟପଟେ ସ୍ମାର୍ଟକର୍ମାର ବିଶ୍ଳେଷକ ବ୍ରାଏନ ଫ୍ରିଟାସ୍‌ଙ୍କ କହିବା ଅନୁଯାୟୀ, ଆଦାନୀ ଗ୍ରୁପର ପକ୍ଷରୁ ଦିଆଯାଇଥିବା ସଫେଇ ନିବେଶକଙ୍କ ଚିନ୍ତା ଦୂର କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି । ଗତ ମଙ୍ଗଳବାର ସେୟାର ବଜାର କାରବାର ବନ୍ଦ ହେବା ପରେ  ଆଦାନୀ ଟ୍ରାନ୍ସମିସନର ସେୟାର ୪୧.୬୬ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ଆଦାନୀ  ଟୋଟଲ୍ ଗ୍ୟାସ୍‌ରେ ୩୯.୫୭ ପ୍ରତିଶତ, ଆଦାନୀ ଗ୍ରୀନ ଏଜେନ୍ସି ୩୭.୫୫ ପ୍ରତିଶତ ଏବଂ ଆଦାନୀ ପୋର୍ଟ୍ସରେ ୨୩.୭୫ ପ୍ରତିଶତ ସେୟାର ପ୍ରଭାବିତ ହୋଇଛି ।

ଆଦାନୀ ସମୂହ କମ୍ପାନୀଙ୍କ ଋଣ ଓ ନିବେଶ କାରଣରୁ ବ୍ୟାଙ୍କ ସେୟାର ଓ ଜୀବନ ବୀମା ନିଗମର ସେୟାର ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ତିନି ଦିନ ଭିତରେ ବ୍ୟାଙ୍କ ଅଫ୍ ବରୋଦାର ସେୟାର ୧୩ ପ୍ରତିଶତ, ଏସବିଆଇର ୧୦.୭୭ ପ୍ରତିଶତ ଏବଂ ଏଲଆଇସିର ୮.୯୦ ପ୍ରତିଶତ ସେୟାର ହ୍ରାସ ପାଇଛି ।   

   Related Posts