ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା: ୩ ତାରିଖରୁ ବର୍ଷା ସମ୍ଭାବନା, ୫ରୁ ପ୍ରବଳ ବର୍ଷିବ

Published By : Prameya-News7 Bureau | December 01, 2023 IST

ଭୁବନେଶ୍ୱର ୦୧/୧୨: ବଙ୍ଗୋପସାଗରରେ ଦାନା ବାନ୍ଧିୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଭୋର ସୁଦ୍ଧା ଏହା ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବା ଅନୁମାନ କରାଯାଉଛି . । ଏହା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ କରାଯାଇନି ।

ଓଡ଼ିଶା ପାଇଁ ପୂର୍ବାନୁମାନ ହେଲା-ସମ୍ଭାବ୍ୟ ବାତ୍ୟା ଯୋଗୁଁ ଆସନ୍ତା ୩ ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭବନା ଅଧିକ । ୫ ରୁ ୭ ଯାଏଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ-ଉତ୍ତର ଦକ୍ଷଇଣ ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।

wp:embed {"url":"https://www.prameyanews7.com/in-the-next-24-hours-low-pressure-intensifies-into-depression/","type":"wp-embed","providerNameSlug":"prameya-news-7"}
https://www.prameyanews7.com/in-the-next-24-hours-low-pressure-intensifies-into-depression/
/wp:embed

ପଶ୍ଚିମ-ଉତ୍ତର ଦିଗରେ ମୁହାଁଇ ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଦିଗରେ ମୁହାଁଇ ୪ ତାରିଖ ଭୋର ବେଳକୁ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ଅନୁମାନ କରାଯାଉଛି । ଏହାପରେ ସମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ । ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେ ନେଇ ସ୍ପଷ୍ଟ ଆକଳନ କରାଯାଇନି ।

ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଧ୍ରରେ ମାଡ ହୋଇପାରେ । ତଥାପି କେତେକ ମଡେଲ ଅନୁସାରେ ଏହା ଦିଗ ବଦଳାଇ ଆନ୍ଦ୍ରରେ ମାଡ ହୋଇପାରେ । ସୋୟା ଜଳାବୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶାରେ ୩ ରୁ ପାଗ ବଦଳିବ । ୪ ତାରିଖରୁ ୭ ବର୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.