କାଳବୌଶାଖିର ତାଣ୍ଡବ ; ବ୍ରଜପାତରେ ୧୦ବଖରା ଭଷ୍ମିଭୁତ
14/05/2018 at 10:20 AM

କେନ୍ଦ୍ରାପଡା ଜିଲ୍ଲାରେ କାଳବୌଶାଖିର ତାଣ୍ଡବ , ବ୍ରଜପାତରେ ପୃଥକ ପୃଥକ ସ୍ଥାନରେ ଜଳିଗଲା ୧୦ ବଖରା ଘର । ପିନ୍ଧା ଲୁଗା ବ୍ୟତିତ ଜଳିଗଲା ସାଇତା ସମ୍ପତି । ୫ ପରିବାର ସର୍ବସ୍ୱାନ୍ତ,ମହାକାଳପଡା ବ୍ଲକର ଗୋଜାବନ୍ଧ ଗ୍ରାମର ବିଳମ୍ବିତ ରାତିରେ ବ୍ରଜପାତରେ ଜଳିଗଲା ୫ ବଖରା ଘର । ଅକ୍ଷୟ ନାୟକ, ରମାକାନ୍ତ ନାୟକ, କାଳନ୍ଦି ନାୟକ , ବାବୁଲି ନାୟକ , ପରିବାର ସବ୍ବସ ହରାଇଛନ୍ତି । ଗତ ୨୦୧୩ ମସିହାରେ ବ୍ରଜପାତରେ ପୋଡିଯାଇଥିଲା । ଏମାନଙ୍କର ସମ୍ପୃଣ୍ଣ ଘର ପୁଣି ଜଳିଗଲା ବ୍ରଜପାତରେ ଘର । ବିପଦ ପରେ ବିପଦ ସତେ ଯେମିତି ଏହି ପରିବାର ଉପରେ ଦାଉ ସାଜିଛନ୍ତି ଇନ୍ଦ୍ରଦେବ । ପୁର୍ବରୁ ସରକାରି ସାହାର୍ଯ୍ୟ ମିଳିନଥିଲାବଳେ ପୁଣି ବୋଝ ଉପରେ ନଳିତା ବିଡା ସଦୃଶ । ଦୁଖରେ ପରିବାର ଲୋକ । ସରକାରି ସାହାର୍ଯ୍ୟ ଅପେକ୍ଷାରେ ଅଗ୍ନି ବିପନ୍ନ ପରିବାର ।