ନିର୍ଭୟା ଦୋଷୀଙ୍କ ଫାଶୀ ପରେ ଆସିଲା ଜାତି ସଂଘର ମେସେଜ୍- ବନ୍ଦ କର ମୃତ୍ୟୁ ଦଣ୍ଡ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧।୦୩: ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ମାର୍ଚ୍ଚ ୨୦ ଶୁକ୍ରବାର ସକାଳେ ନିର୍ଭୟାର ଚାରି ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି। ଏହି ଫାଶୀର ଗୋଟିଏ ଦିନ ପରେ ମିଳିତ ଜାତି ସଂଘ ଏହି ସର୍ବୋଚ୍ଚ ଦଣ୍ଡକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ମିଳିତ ଜାତିସଂଘ ସମସ୍ତ ଦେଶକୁ ମୃତ୍ୟୁ ଦଣ୍ଡ ସଜା ରୋକିବା କିମ୍ବା ଏହା ଉପରେ ରୋକ୍ ଲଗାଇବାକୁ ଆହ୍ଵାନ କରିଛି।

୨୦୧୨ ଡିସେମ୍ବରରେ ଦିଲ୍ଲୀରେ ଜଣେ ୨୩ ବର୍ଷୀୟ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣ ବଳାତ୍କାର ସହ ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ଭାରତକୁ ସ୍ତବ୍ଧ କରି ଦେଇଥିଲା। ଘଟଣାର ସାତ ବର୍ଷ ପରେ ନିର୍ଭୟାର ଚାରି ଦୋଷୀ ମୁକେଶ ସିଂହ(୩୨), ପଓ୍ଵନ ଗୁପ୍ତା(୨୫), ବିନୟ ଶର୍ମା(୨୬) ଓ ଅକ୍ଷୟ ଠାକୁର ସିଂହ(୩୧)କୁ ଶୁକ୍ରବାର ସକାଳ ୫ଟା ୩୦ରେ ଦିଲ୍ଲୀ ସ୍ଥିତ ତିହାର ଜେଲରେ ଫାଶୀ ଦିଆଯାଇଛି।

ଫାଶୀ ସଜା ଉପରେ ପ୍ରତିକ୍ରିୟା ଦେଇ ମିଳିତ ଜାତିସଂଯଘର ମହା ସଚିବ ଆଣ୍ଟୋରିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି ଯେ, ବିଶ୍ଵ ସଂଗଠନ ସମସ୍ତ ଦେଶକୁ ମୃତ୍ୟ ସଜା ବନ୍ଦ କରିବା କିମ୍ବା ଏହା ଉପରେ ରୋକ୍ ଲଗାଇବାକୁ ଆହ୍ଵାନ କରୁଛି।

{"id":241952,"sizeSlug":"large"}

ନିଜର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଆମର ଆଭିମୁଖ୍ୟ ସ୍ପଷ୍ଟ ସମସ୍ତ ଏହି ସର୍ବୋଚ୍ଚ ସଜା ଉପରେ ବିଚାର କରିବେ ଏବଂ ଏହା ଉପରେ ରୋକ୍ ଲଗାଇବାକୁ  ବିହିତ ପଦକ୍ଷେପ ନେବେ।

ଉଲ୍ଲେଖଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କ ଗଣ ବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ଭାରତକୁ ମର୍ମାହତ କରିଥିଲା। ଏହି ଘଟଣା ଦେଶବାସୀଙ୍କୁ ଆକ୍ରୋଶିତ କରିଥିଲା। ଏହି ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବାକୁ ସବୁ ବର୍ଗରୁ ଲୋକେ ଦାବି କରିଥିଲେ। ମାତ୍ର ଭାରତର ଆଇନ ବ୍ୟବସ୍ଥାର ଜଟିଳତା କାରଣରୁ ପୀଡିତ ପରିଜନଙ୍କୁ ନ୍ୟାୟ ମିଳିବାରେ ସାତ ବର୍ଷରୁ ଅଧିକ ସମୟ ଲାଗିଥଲା।

ଉଲ୍ଲେଖନୀୟ ଭାରତରେ ପ୍ରଥମ ଥର ଏକ ସଙ୍ଗେ ଚାରି ଜଣ ଫାଶୀ ଦିଆଯାଇଛି। ତିହାର ଜେଲ୍ ଦକ୍ଷିଣ ଏସିଆର ସର୍ବବୃହତ ଜେଲ୍। ଏଠାରେ ୧୬ ହଜାରରୁ ଅଧିକ କଏଦୀ ବନ୍ଦୀ ଅଛନ୍ତି। ନିର୍ଭୟାର ଦୋଷୀ ଫାଶୀ ସଜାରୁ ରକ୍ଷା ପାଇବା ପାଇଁ ସମସ୍ତ ନ୍ୟାୟିକ ବିକଳ୍ପର ଉପଯୋଗ କରିଥିଲେ। ଶେଷ ପର୍ଯ୍ୟନ୍ତ ସେମାନେ ଆଇନର ସାହାରା ନେଇ ମୃତ୍ୟୁରୁ ବର୍ତ୍ତିବାକୁ ପ୍ରାଣ ପଣେ ଚେଷ୍ଟା କରିଥିଲେ। ପିଟିସନ୍ ଦାୟର  କରି କ୍ରମାଗତ ତିନି ଥର ଡେଥ୍ ଓ୍ଵାରେଣ୍ଟ ଘୁଞ୍ଚାଇବାରେ ସଫଳ ହୋଇଥିଲେ।

ଏବେ ଭାରତରେ ଏକ ସଙ୍ଗେ ଚାରି ଜଣଙ୍କୁ ଫାଶୀ ପରେ ମିଳିତ ଜାତିସଂଘ ଏହି କ୍ରୁରତା ଦଣ୍ଡକୁ ନେଇ ଚିନ୍ତା ବ୍ୟକ୍ତ କରିଛି। ସମଗ୍ର ଦୁନିଆକୁ ଏହି ସର୍ବୋଚ୍ଚ ସଙ୍ଗଠନ ଏହି ସର୍ବୋଚ୍ଚ ଦଣ୍ଡ ଉପରେ ପୁଣି ଥରେ ବିଚାର କରିବାକୁ ଅପିଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.