scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋତେ ‘ମାଇ ଲର୍ଡ’ କହିବା ବନ୍ଦ କରନ୍ତୁ, ମୁଁ ଆପଣଙ୍କୁ ଅଧା ଦରମା ଦେଇ ଦେବି…ଆଇନଜୀବୀଙ୍କୁ କହିଲେ ଜଜ୍

2/11/2023 at 9:59 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜଣେ ନ୍ୟାୟମୂର୍ତ୍ତି ନିୟମିତ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀଙ୍କ ଦ୍ୱାରା ବାରମ୍ୱାର ‘ମାଇ ଲର୍ଡ’ ଓ ‘ୟୋର ଲର୍ଡଶିପ୍’ ସମ୍ୱୋଧନ ଉପରେ ଅସନ୍ତୋଷ ହୋଇଛନ୍ତି । ଜଷ୍ଟିସ୍ ଏ.ଏସ.ବୋପନ୍ନା ଅଧ୍ୟକ୍ଷତା କରୁଥିବା ପୀଠରେ ସାମିଲ ଜଷ୍ଟିସ୍ ପି.ଏସ.ନରସିଂହ ଏକ ନିୟମିତ ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ କହିଥିଲେ, ‘ଆପଣ କେତେ ଥର ମାଇ ଲର୍ଡ୍ସ ବୋଲି କହିବେ ? ଯଦି ଆପଣ ଏହା କହିବା ବନ୍ଦ କରନ୍ତି, ତେବେ ମୁଁ ଆପଣଙ୍କୁ ଅଧା ବେତନ ଦେଇ ଦେବି’।

କୋର୍ଟରେ ଯୁକ୍ତି ସମୟରେ ଆଇନଜୀବୀମାନେ ନ୍ୟାୟମୂର୍ତ୍ତିଙ୍କୁ ସବୁବେଳେ ମାଇ ଲର୍ଡ୍ସ କିମ୍ୱା ୟୋର ଲର୍ଡଶିପ କହି ସମ୍ୱୋଧିତ କରିଥାନ୍ତି । ଏହି ପ୍ରଥାକୁ ବିରୋଧ କରୁଥିବା ବ୍ୟକ୍ତି ଏହାକୁ ଉପନିବେଶବାଦ ଯୁଗର ଅବଶେଷ ତଥା ପରାଧୀନତାର ଚିହ୍ନ କୁହନ୍ତି ।

ନ୍ୟାୟମୂର୍ତ୍ତି ନରସିଂହା କହିଛନ୍ତି, ଆପଣ ଏହା ପରିବର୍ତ୍ତେ ସାର୍ କାହିଁକି ପ୍ରୟୋଗ କରୁନାହାନ୍ତି ? ସେ କହିଛନ୍ତି ଯେ ନଚେତ ବରିଷ୍ଠ ଆଇନଜୀବୀ କେତେ ଥର ମାଇ ଲର୍ଡ୍ସ ଶବ୍ଦର ଉଚାରଣ କରୁଛନ୍ତି ତାହା ଗଣିବେ । ଉଲ୍ଲେଖଯୋଗ୍ୟ ଯେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୨୦୦୬ରେ ଏକ ପ୍ରସ୍ତାବ ପାରିତ କରିଥିଲା । ଏଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ କୌଣସି ଆଇନଜୀବୀ ନ୍ୟାୟମୂର୍ତ୍ତିଙ୍କୁ ମାଇ ଲର୍ଡ ଓ ୟୋର ଲର୍ଡଶିପ କହି ସମ୍ୱୋଧିତ କରିବେ ନାହିଁ । କିନ୍ତୁ ବ୍ୟବହାରରେ ଏହାର ପାଳନ ହୋଇପାରି ନାହିଁ ।

Also Read: ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ସୁପାରିଶ କଲେ କଲେଜିୟମ

   Related Posts