suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||
  • କରଞ୍ଜିଆ : ଜଙ୍ଗଲରୁ ଗାଁକୁ ଚାଲିଆସିଥିଲା ହରିଣ, ଝୁଣି ମାରିଦେଲେ କୁକୁର ପଲ
  • ||
  • ବଲାଙ୍ଗୀର : ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ପଥର ମାରି ଭାଙ୍ଗିଲେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଝରକା କାଚ; ମାମଲା ରୁଜୁ

25/02/2023 at 9:46 PM

ବେଙ୍ଗାଲୁରୁ: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପଥରମାଡ଼ କରିବା ଏକ ସାଧାରଣ କଥା ହୋଇଗଲାଣି। ରାଜନୈତିକ ହିଂସା ଓ ସରକାରୀ ଉଦାସୀନତା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଶନିବାର ତାମିଲନାଡୁରେ ପୁଣି ବେନ୍ଦ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି। ମହୀଶୂର-ଚେନ୍ନାଇ ଫେରନ୍ତା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ ହୋଇଛି। ଟ୍ରେନ୍‌ର ଦୁଇଟି ଝରକା କାଚ ଭାଙ୍ଗିଯାଇଥିବା ସୂଚନା ମିଳିଛି।

କୃଷ୍ଣରାଜପୁରମ ଏବଂ ବେଙ୍ଗାଲୁରୁ କାଣ୍ଟନମେଣ୍ଟ ରେଳ ଷ୍ଟେସନ ମଝିରେ ଦୁର୍ବୃତ୍ତମାନେ ଟ୍ରେନ୍ ଉପରକୁ ପଥରମାଡ଼ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ରେଳବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ନିକଟରେ ଅନେକ ଥର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼ ଘଟଣା ଘଟିଛି। ୨୦୨୩ ଜାନୁଆରୀ ମାସରେ ରେଳବାଇ ପୁଲିସ ୨୧ଟି ପଥରମାଡ଼ ମାମଲା ରୁଜୁ କରିଛି। ସେହିପରି ଫେବ୍ରୁଆରୀ ମାସରେ ବେଙ୍ଗାଲୁରର ଦକ୍ଷିଣ ପଶ୍ଚିମ ରେଳବାଇ ଜିଭିଜନ ଏପର୍ଯ୍ୟନ୍ତ ସୁଧା ୧୩ଟି ମାମଲା ରୁଜୁ ହୋଇଛି କରାଯାଇଛି। ସେହିପରି ଦେଶର ଅନେକ ରାଜ୍ୟର ମଧ୍ୟ ଏଭଳି ପଥରମାଡ଼ ଘଟଣା ଘଟିଛି।   

   Related Posts