ଟ୍ରାକ୍ ଉପରେ ପାହାଡ଼ରୁ ଧସି ପଡ଼ିଲା ପଥର, ମାଳିଗୁଡ଼ାରେ ଅଟକିଛି ରାଉରକେଲା ଏକ୍ସପ୍ରେସ
24/04/2023 at 5:06 PM

କୋରାପୁଟ ୨୪/୦୪: କୋରାପୁଟ ଜର୍ଟି-ମାନାବର ଷ୍ଟେସନ ମଧ୍ୟରେ ଅଘଟଣ । ଟ୍ରାକ୍ ଉପରେ ପାହାଡ଼ରୁ ଧସି ପଡ଼ିଲା ପଥର । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ନିୟୋଜିତ । କୋରାପୁଟ-ଜଗଦଲପୁର ଟ୍ରେନ ଚଳାଚଳ ବନ୍ଦ । ମାଳିଗୁଡ଼ାରେ ଅଟକିଛି ରାଉରକେଲା ଏକ୍ସପ୍ରେସ । ଜର୍ଟି ଷ୍ଟେସନରେ ଅଟକିଛି ବିଶାଖାପାଟଣା ପାସେଞ୍ଜର ।
ସୂଚନା ଥାଉକି, ଜର୍ଟି-ମାନାବର ଷ୍ଟେସନ ମଧ୍ୟରେ ପାସେଞ୍ଜର ଟ୍ରେନ୍ ଯାଉଥିବାବେଳେ ହଠାତ୍ ଟ୍ରାକ୍ ଉପରେ ପଡିଥିଲା ବଡ ପଥର । ଫଳରେ ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଏବେବି ସେଠାରେ ରାଉରକେଲା ଏକ୍ସପ୍ରେସ ଅଟିକିଛି । ସେଥାପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟ ସଂଗେ ସଂଗେ ରେସ୍କୁ ଅପରେସନକୁ ଜୋରଦାର କରାଯାଇଛି ।
Related Posts
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023
୨୪ଘଣ୍ଟା ନପୁରୁଣୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
25 September 2023
ନଦୀରେ ନାହିଁ ବ୍ରିଜ୍, ଖଟିଆରେ ବୁହା ହେଲେ ରୋଗୀ
25 September 2023