ଝାରଖଣ୍ଡ: ଲୋହରଦଗାରେ CAA ସମର୍ଥନ ଶୋଭାଯାତ୍ରା ଉପରକୁ ଢେଲାମାଡ, ସହରରେ କର୍ଫ୍ୟୁ

Published By : Prameya-News7 Bureau | January 23, 2020 IST

ଲୋହାରଦଗା ୨୩।୧: ସଂଶୋଧିତ ନାଗରିକ ଆଇନ (ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଦେଶରେ ବିରୋଧ ଥମିନି। ଏହି କ୍ରମରେ ଝାରଖଣ୍ଡ ଲୋହରଦଗା ଜିଲ୍ଲାରେ ଗୁରୁବାର ଆଇନର ସମର୍ଥନରେ ଆୟୋଜିତ ରାଲିକୁ ଭଣ୍ଡୁର କରିବା ଲାଗି ଟେକାପଥର ମାଡ ହୋଇଛି। ଫଳରେ ହିଂସାକାଣ୍ଡ ଘଟିଥିବା ବେଳେ ଉତ୍ତେଜିତ ଲୋକେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡାଜଳା ବି କରିଛନ୍ତି । ଉପଦ୍ରବକାରୀଙ୍କ ଟେକାପଥରମାଡରେ ପ୍ରଦର୍ଶନକାରୀଙ୍କ ସମେତ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ସହରରେ କର୍ଫ୍ୟୁ ଜାରି କରିଦିଆଯାଇଛି।

{"id":215068,"width":578,"height":434,"sizeSlug":"large"}

ପୋଲିସରୁ ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସିଏଏ, ଏନଆରସି ଓ ଏନପିଆର ସମର୍ଥନରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ତେବେ ଅମଲାଟୋଲୀ ଚୌକ ନିକଟରେ କିଛି ଅଜ୍ଞାତ ଲୋକେ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ ଆରମ୍ଭ କରିଦେଇଥିଲେ। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଆଖପାଖରେ ଛିଡା ହୋଇଥିବା ଯାନବାହନରେ ନିଆଁ ଲଗାଇଦେଇଥିଲେ।

{"id":215069,"width":580,"height":368,"sizeSlug":"large"}

ଯେତେବେଳେ ଲୋକେ ଦୋକାନବଜାର ଭଙ୍ଗାରୁଜା କଲେ ସେତେବେଳେ ପୋଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିଲା। ଲୋକଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରଥମେ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଜଣାପଡିବାରୁ ଡିସିପି ଓ କ୍ୟାପ୍ଟେନ ଦଳବଳ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ବେଳେ କୌଣସି ପ୍ରକାର ଆଇନଶୃଙ୍ଖଳା ଆଶଙ୍କାରେ କର୍ଫ୍ୟୁ ଜାରି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.