ପଥର କାରିଗର ସୁଶାନ୍ତଙ୍କୁ ମିଳିବ ଜାତୀୟ ହସ୍ତଶୀଳ୍ପ ପୁରସ୍କାର; ପଥରରେ ଗଢ଼ନ୍ତି ଜୀବନ୍ତ ମୁର୍ତ୍ତି ପ୍ରତିମା

Published By : Prameya-News7 Bureau | September 07, 2022 IST

ଚଣ୍ଡିଖୋଲ ୦୭/୦୯: ପଥର କାରିଗରି କ୍ଷେତ୍ରରେ ଯାଜପୁର ଜିଲ୍ଲାର ବେଶ ଗୁରୁତ୍ୱ ରହିଛି। ପଥରଶିଳ୍ପକୁ ଆପଣାଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଛନ୍ତି ସୁଶାନ୍ତ। ପଥର କାରିଗରିରେ ଉତ୍ତମ କଳାକୃତି ପାଇଁ ହସ୍ତ ଶୀଳ୍ପ କ୍ଷେତ୍ରରେ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ପଥର ମୁର୍ତ୍ତି କାରିଗର ସୁଶାନ୍ତ ଦାସ। ସେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗାଁର ବାସିନ୍ଦା। ପଥର ଖୋଦେଇ କରି ଏହାକୁ ଜୀବନ୍ତ କରୁଛନ୍ତି ପଥର କାରିଗର ସୁଶାନ୍ତ ଦାସ। ପଥର କାରିଗରିକୁ ଆପଣାଇ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି ସୁଶାନ୍ତ। ତାଙ୍କ ପଥର କଳାକୃତି ପାଇଁ ତାଙ୍କୁ ଜାତୀୟ ହସ୍ତଶୀଳ୍ପ ପୁରସ୍କାର ପାଇଁ ଚୟନ କରାଯାଇଛି। ସେ ତିଆରି କରିଥିବା ରାଧାକୃଷ୍ଣଙ୍କ ଝୁଲଣ ଯାତ୍ରା ମୁର୍ତ୍ତି ରାଜ୍ୟ ବିଚାରକ ମଣ୍ଡଳୀ ଚୟନ କରିଥିଲେ। ପରେ ଏହି ମୁର୍ତ୍ତିକୁ ଭାରତ ସରକାରଙ୍କ ହସ୍ତଶୀଳ୍ପ ବିଭାଗକୁ ପଠାଇଥିଲେ।

ସେଠାରେ ହସ୍ତାଶୀଳ୍ପ ବିଭାଗ ଏହି କଳାକୃତିକୁ ଚୟନ କରି ଜାତୀୟ ହସ୍ତଶୀଳ୍ପ ପୁରସ୍କାର ପାଇଁ ସୁଶାନ୍ତଙ୍କ ନାମ ଘୋଷଣା କରିଛନ୍ତି। ସେ ଅନକ ଦିନ ହେଲା ପଥରରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଏବଂ ପ୍ରତିମୁର୍ତ୍ତି ତିଆରି କରୁଛନ୍ତି। ତାଙ୍କ ହାତ ତିଆରି ମୂର୍ତ୍ତିର ବେଶ ଚାହିଦା ରହିଛି। ସେହି ମୂର୍ତ୍ତି ଗୁଡ଼ିକ ଜିଲ୍ଲା ଓ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଉଛି। ସୁଶାନ୍ତ ପଥର କାରିଗରିକୁ ଆପଣେଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି। ସୁଶାନ୍ତ ନିଜ ତାଲିମ କେନ୍ଦ୍ରରେ ୧୫ରୁ  ଅଧିକ ଯୁବକଙ୍କୁ ପଥର ଖୋଦେଇ ପ୍ରଶିକ୍ଷଣ ଦେଉଛନ୍ତି। ସୁଶାନ୍ତ ନିଜ କଳାକୃତି ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୂର୍ବରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ସୁଶାନ୍ତ ଜାତୀୟ ହସ୍ତଶୀଳ୍ପ ପୁରସ୍କାର ପାଇଁ ମନୋନୀତ ହୋଇ ଥିବାରୁ ଜିଲ୍ଲା ହସ୍ତଶୀଳ୍ପ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.