ଫାଷ୍ଟଟ୍ୟାଗ୍‌ ଲାଗି ମିଳିଲା ଚୋରି ହୋଇଥିବା କାର୍

Published By : Prameya-News7 Bureau | September 06, 2020 IST

ଚଣ୍ଡିଖୋଲ ୦୬।୦୯: ଧରାପଡିଲା ଚୋରି ହୋଇଥିବା ଟ୍ରକ୍ ।  ଫାଷ୍ଟଟ୍ୟାଗ୍‌ ପରି ଉଚ୍ଚ ବୈଷୟିକ ବ୍ୟବସ୍ଥା ଯୋଗୁଁ ଚୋରି ଟ୍ରକ ଫେରିପାଇଛନ୍ତି ଅବଦୁଲ୍ । ଗତ ୧ ତାରିଖ ଦିନ ଠାରୁ ଗାଡ଼ି ଚୋରି ହୋଇଯାଇଥିଲା ।

{"id":325689,"sizeSlug":"large"}

ଗତ ୧ ତାରିଖରେ ଧର୍ମଶାଳା ଥାନା ଅଧିନସ୍ଥ ନେଉଳପୁରଠାରୁ ଏକ ୧୪ ଚକିଆ ଟ୍ରକ୍ ନଂ OD 04 4139କୁ ହେଲପର୍ ନେଇ ଫେରାରେ ହୋଇଯାଇଥିଲା। ଯାହାକି ପଶ୍ଚିମବଙ୍ଗ ମୁର୍ସିଦାବାଦଠାରେ ଟୋଲଗେଟ୍ ଅତିକ୍ରମ କରିବା ବେଳେ ଫାଷ୍ଟ ଟ୍ୟାଗ୍ ଜରିଆରେ ମୋବାଇଲକୁ ମେସେଜ୍ ଆସିଲା ।

ତୁରନ୍ତ ମାଲିକ ଅବଦୁଲ୍ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଯାହାଫଳରେ ତୁରନ୍ତ ପୋଲିସ ଓ ଗାଡି ମାଲିକ ସେଠାରେ ପହଞ୍ଚି ଟୋଲଗେଟ୍ ନିକଟସ୍ଥ ଏକ କବାଡିଆ ଦୋକାନରୁ ଗାଡିଟିକୁ ଜବତ କରିବାକୁ ସକ୍ଷମ ହୋଇଥିଲା। ଫାଷ୍ଟଟ୍ୟାଗ୍ ଯୋଗୁଁ ନିଜ ଚୋରି ଗାଡି ଫେରିପାଇଥିବାରୁ ଟ୍ରକ୍ ମାଲିକ ଅବଦୁଲ୍ ୱହିଦ୍ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.