ଚୋରି ସ୍ମାର୍ଟ ଫୋନର ଏବେ ଚୁଟକିରେ ମିଳିଯିବ ସନ୍ଧାନ, ଫୋନ କମ୍ପାନୀଙ୍କ ଲାଗି କଡା ନିୟମ ଲାଗୁ କରିବେ ସରକାର

Published By : Prameya-News7 Bureau | September 27, 2022 IST

ନୂଆଦିଲ୍ଲୀ ୨୭।୯: ଭାରତରେ ହଜି ଯାଇଥିବା ଅଥବା ଚୋରି ହୋଇଥିବା ସ୍ମାର୍ଟ ଫୋନର ତ୍ରୁଟିପୂର୍ଣ୍ଣ ଉପଯୋଗକୁ ରୋକିବା ଲାଗି ସରକାର ଦୁଃସାହାସିକ ପଦକ୍ଷେପ ନେଇଛନ୍ତି। ଏଥିରେ ୧ ଜାନୁୟାରୀ ୨୦୨୩ରୁ ସବୁ ମୋବାଇଲ ଫୋନ ନିର୍ମାତାଙ୍କୁ ଭାରତରେ ତିଆରି ହେଉଥିବା ପ୍ରତ୍ୟେକ ହ୍ୟାଣ୍ଡସେଟର ଆଇଏମଇଆଇ ନମ୍ବରକୁ ଏହାର ଲଞ୍ଚିଂ ଅଥବା ବିକ୍ରି ପୂର୍ବରୁ ଭାରତୀୟ ନକଲି ଡିବାଇସ୍ ପ୍ରତିବନ୍ଧ ପୋର୍ଟାଲ ଆଇସିଡିଆର ଡଟ୍ ସିଇଆଇଆର ଡଟ୍ ଜିଓଭି ଡଟ ଇନ୍‌ ରେ ପଞ୍ଜିକୃତ କରିବାକୁ ହେବ।

{"id":689202,"width":839,"height":553,"sizeSlug":"full","linkDestination":"none"}

ମିଳିଥିବା ରିପୋର୍ଟରେ ଭାରତରେ ଲକ୍ଷଲକ୍ଷ ସ୍ମାର୍ଟ ଫୋନ ଓ ଫିଚର ଫୋନ ରହିଛି, ଯାହା ନକଲି ଆଇଏମଇଆଇ ନମ୍ବର ଅଥବା ଡୁପ୍ଲିକେଟ୍ ଆଇଏମଇଆଇ ନମ୍ବର ସହିତ ଆସୁଥିବା ଜଣାପଡିଛି। ଏହା ଛଡା ଲୋକପ୍ରିୟ ହ୍ୟାଣ୍ଡସେଟର ନକଲ ମଧ୍ୟ ଭାରତରେ କିଣାବିକା ହେଉଛି, ଯେଉଁଗୁଡିକ ପ୍ରାୟତଃ ଚୀନ୍‌ରୁ ଆସୁଛି। ଏଣୁ ଏପରି ନିୟମ ଆଣିବାର ଉଦ୍ଦେଶ୍ୟ ହେଉଛି ଭାରତରେ ବିକ୍ରି ହେଉଥିବା ସବୁ ମୋବାଇଲ ଫୋନର ଏକ ବୈଦ୍ଧଆଇଏମଇଆଇ ନମ୍ବର ରହୁ ଯାହାକୁ ଡିଜିଟାଲ ରୂପରେ ଟ୍ରାକ୍ କରାଯାଇପାରିବ ।

{"id":689203,"sizeSlug":"full","linkDestination":"none"}

ଏହା ଦ୍ୱାରା ନାଗରିକଙ୍କୁ ସେମାନଙ୍କ ସ୍ମାର୍ଟ ଫୋନ ବା ଫିଚର ଫୋନ ହଜିଗଲେ କି ଚୋରି ହୋଇଗଲେ ବ୍ଲକ କରିବାକୁ ସହାୟତା ମିଳିପାରିବ। ଏହି ନିୟମ କେବଳ ଭାରତରେ ନିର୍ମିତ ମୋବାଇଲ ଫୋନ ପାଇଁ ନୁହେଁ ଏହା ଇମ୍ପୋର୍ଟେଡ୍ ଫୋନ ଟପ୍ ଏଣ୍ଡ ଆଇଫୋନ, ସାମସଙ୍ଗ ଗାଲେକ୍ସି ସ୍ମାର୍ଟ ଫୋନ ପାଇଁ ମଧ୍ୟ ଲାଗୁ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.