ଡାକ୍ତରଖାନା ଷ୍ଟୋର ରୁମ୍‌ରୁ ୩୦ ଅକ୍ସିଜେନ ସିଲିଣ୍ଡର ଚୋରି, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 16, 2023 IST

କଳାହାଣ୍ଡି ୧୬/୧୧: କଳାହାଣ୍ଡି ଜିଲ୍ଲା ବାସୀ ଯେଉଁ ଡାକ୍ତରଖାନା ଉପରେ ଭରସା କରନ୍ତି । ଭବାନୀପାଟଣାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟଛି ଏହି ଘଟଣା । ଏହି ଡାକ୍ତରଖାନାକୁ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଜାଗାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏଠି ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଢିଲା ପଡିଛି । ଯାହାର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି ।

ଡାକ୍ତରଖାନାର ଷ୍ଟୋର ରୁମରୁ ୩୦ଟି ଅକ୍ସିଜେନ ସିଲିଣ୍ଡର ଚୋରି ହେଇଥିବା ନେଇ ଅଧିକାରୀ ମାନେ ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି । ଗତ ସୋମବାର ଦିନ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ଚୋରିକୁ ନେଇ ଥାନାରେ ଏତଲା ଦେଇଥିଲେ ଯାହା ଏବେ ସାମ୍ନାକୁ ଆସିଛି । ଲିଖିତ ଅଭିଯୋଗ ଅନୁଯାୟୀ ଦିନ ୧୧ଟା ରେ ଯେତେବେଳେ ଦାୟିତ୍ୱରେ ଥିବା ଅଧିକାରୀ ଜଣକ ଷ୍ଟୋର ରୁମକୁ ଯାଇଥିଲେ ।

ସେତେବେଳେ ସେଠୁ ୩୦ଟି ସିଲିଣ୍ଡର ନଥିବା ସେ ଜାଣିବାକୁ ପାଇଥିଲେ । କିନ୍ତୁ ଏହି ଘଟଣାଟି ପ୍ରଘଟ ହେଲେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ଘଟଣାକୁ ଚପେଇ ଦିଆଯାଇଥିବା ସୂଚନା ମିଳିଛି । ଚୋରି ଜିନିଷର ଆନୁମାନିକ ମୂଲ୍ୟ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣା ପଡ଼ିଛି ।

ଜିଲ୍ଲାର ସବୁଠୁ ବଡ ଡାକ୍ତରଖାନାର ଷ୍ଟୋର ରୁମ ଯେଉଁଠି ୧୦କୋଟି ରୁ ଅଧିକ ଟଙ୍କାର ସାମଗ୍ରୀ ଗଛିତ ରହିଛି, ସେଠି ସୁରକ୍ଷା ବ୍ୟବସ୍ଥା ଏତେ ଢିଲା କେମିତି ? ଯଦି ଡାକ୍ତରଖାନାର ଷ୍ଟୋର ରୁମରୁ ଚୋରି ହେଉଛି ତାହେଲେ ସାଧାରଣ ୱାର୍ଡରେ ଭର୍ତ୍ତି ହେଇଥିବା ରୋଗୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କେମିତି ଥିବ ତାହା ସ୍ପଷ୍ଟ ଜଣାପଡୁଛି ।

you can also read....

wp:embed {"url":"https://www.prameyanews7.com/renovation-work-of-nata-mandap-stopped-by-asi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/renovation-work-of-nata-mandap-stopped-by-asi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.