ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ବଜେଟ୍ ପରେ ଉଛୁଳିଲା ସେୟାର ବଜାର, ତଥାପି ହ୍ରାସ ହେଲା ସେନସେକ୍ସ, ଜାଣନ୍ତୁ ଖସିଲା କେତେ?

1/02/2023 at 4:48 PM

ମୁମ୍ବାଇ ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂସଦରେ ବଜେଟ୍ ଉପସ୍ଥାପନ ସହ ସେୟାର ବଜାରରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ତେବେ ଏହି ଉତ୍ସାହ ବେଶି ସମୟ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ପାରି ନାହିଁ। ସଂସଦରେ ବଜେଟ୍ ଉପସ୍ଥାପନ ପରେ ସେନସେକ୍ସ ଉଚ୍ଚତମ ସ୍ତର ୬୦୭୭୩କୁ ଛୁଇଁଥିଲା। ତେବେ ପରବର୍ତ୍ତି ବ୍ୟବସାୟ କାଳରେ ୧୦୬୫ ପଏଣ୍ଟ ହ୍ରାସ ହୋଇ ବନ୍ଦ ହେବା ବେଳକୁ ୫୯,୭୦୮ ସ୍ତରରେ ପହଞ୍ଚିଥିଲା।    

ତେବେ ମଙ୍ଗଳବାରର କ୍ଲୋଜିଂ ଲେବୁଲରୁ ସେନସେକ୍ସ ୧୫୮ ପଏଣ୍ଟ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛି। ସେହିପରି ନିଫ୍ଟି ୧୭୯୭୨ପଏଣ୍ଟରୁ ହ୍ରାସ ହୋଇ ୧୭୬୧୬ରେ ବନ୍ଦ ହୋଇଛି। ପୂର୍ବାହ୍ନରେ ନିଫ୍ଟି ୧୭୮୧୧ ପଏଣ୍ଟରେ ଖୋଲିଥିଲା। ତେବେ ଦିନର ବ୍ୟବସାୟ କାଳରେ ହାସଲ କରିଥିବା ଉଚ୍ଚତମ ସ୍ତରରୁ ୬୫୩ ପଏଣ୍ଟ ହ୍ରାସ ହୋଇ ୪୫ ପଏଣ୍ଟ ତଳେ ବନ୍ଦ ହୋଇଛି। ସେନସେକ୍ସରେ ବଜାଜ ଫିନସର୍ଭରେ ସର୍ବାଧିକ ୫.୪୫ ପ୍ରତିଶତ ହ୍ରାସ ଦେଖାଯାଇଛି।

ଏହା ଛଡା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସେୟାର ମୂଲ୍ୟରେ ୪.୮୦ ପ୍ରତିଶତ ହ୍ରାସ ହୋଇଥିବା ବେଳେ ବଜେଟ ଘୋଷଣା ପରେ ସବୁଠୁ ଅଧିକ ହ୍ରାସ ହୋଇଥିବା ସେୟାର ମଧ୍ୟରେ ଇଣ୍ଡସଣ୍ଡ ବ୍ୟାଙ୍କ, ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା, ସନଫାର୍ମା, ଏକ୍ସିସ୍ ବ୍ୟାଙ୍କ, ମାରୁତି, ଟାଇଟନ, ଟାଟା ମୋଟର୍ସ, ବଜାଜ ଫାଇନାନ୍ସ, ଏନଟିପିସି, ରିଲାଏନ୍ସ, ଏୟାରଟେଲ ଓ ହିନ୍ଦୁସ୍ତାନ ୟୁନିଲିଭରର ସେୟାର ରହିଛନ୍ତି। ତେବେ ଆଇଟିସି, ଟାଟା ଷ୍ଟିଲ, ଆଇସିଆଇସିଆଇ ବ୍ୟାଙ୍କ, ଟିସିଏସ୍, ଏଚଡିଏଫସି ବ୍ୟାଙ୍କ, କୋଟକ ବ୍ୟାଙ୍କ, ୱିପ୍ରୋ, ଏଲଏଣ୍ଡଟି ଓ ଇନଫୋସିସ୍ ଆଦି ସବୁଜ ସଂକେତରେ ବନ୍ଦ ହୋଇଛନ୍ତି।   

   Related Posts