ସେୟାର ମାର୍କେଟ୍ ଅପ୍‌ଡେଟ୍ : ସେନ୍ସେକ୍ସ ୨୦୦ ପଏଣ୍ଟ ବୃଦ୍ଧି, ନିଫ୍ଟି ବି ମଜବୁତ

Published By : Prameya-News7 Bureau | May 18, 2022 IST

ନୂଆଦିଲ୍ଲୀ ୧୮।୫: ବିଶ୍ବ ମାର୍କେଟ୍‌ରୁ ମଜବୁତ ସଙ୍କେତ ମିଳିବା ପରେ ଘରୋଇ ସେୟାର ମାର୍କେଟ୍‌ରେ ଲଗାତର ତୃତୀୟ ଦିନରେ ବୃଦ୍ଧି ଦେଖିବାକୁ ମିଳିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ସବୁଜ ସଙ୍କେତ ସହ ଖୋଲିଛି । କାରବାର ଆରମ୍ଭରେ ସେନ୍ସେକ୍ସ ୫୪,୫୫୪.୮୯ ପଏଣ୍ଟରେ ଖୋଲିଥିଲା । ସେହିଭଳି ନିଫ୍ଟି ୧୬,୩୧୮.୧୫ ପଏଣ୍ଟରେ ଖୋଲିଛି । ପ୍ରି-ଓପନ ସେସନ୍‌ରେ ସେନ୍ସେକ୍ସର ୩୦ରୁ ୨୫ ସେୟାର ସବୁଜ ସଙ୍କେତ ସହ କାରବାର କରୁଥିଲା ।

ଏହା ପୂର୍ବରୁ ଆମେରିକାର ବଜାର ବୃଦ୍ଧି ସହ ସବୁଜ ସଙ୍କେତରେ ବନ୍ଦ ହୋଇଥିଲା । ଡାଓ ଜୋନ୍ସ ୪୩୦ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନାସଡେକ୍ ଇଣ୍ଡେକ୍ସରେ ୩ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଦୁର୍ବଳ ଫଳାଫଳ ଯୋଗୁଁ ୱାଲମାର୍ଟର ସେୟାରରେ ବଡ ହ୍ରାସ ଦେଖିବାକୁ ମିଳିଛି ।

ଏଲଆଇସିର ଆଇପିଓ ଲିଷ୍ଟିଙ୍ଗ ଦିନ ସେୟାର ମାର୍କେଟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଥିଲା । କାରବାର ସେସନ୍ ଶେଷରେ ସେନ୍ସେକ୍ସ ୧୩୪୪.୬୩ ପଏଣ୍ଟ ବୃଦ୍ଧି ପାଇ ୫୪.୩୧୮ରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୪୩୮.୧୫ ପଏଣ୍ଟ ବୃଦ୍ଧି ସହ ୧୬.୨୮୦ସ୍ତରରେ ପହଞ୍ଚିଥିଲା । ଅନ୍ୟପଟେ ଲିଷ୍ଟିଙ୍ଗର ପ୍ରଥମ ଦିନରେ ଏଲଆଇସିର ସେୟାର ୮୭୩ ଟଙ୍କାରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.