ଜବରଦସ୍ତ ବୃଦ୍ଧି ସହ ଆରମ୍ଭ ହେଲା ସେୟାର ବଜାର: ସେନ୍ସେକ୍ସ ୭୭୦ ପଏଣ୍ଟ ବୃଦ୍ଧି, ନିଫ୍ଟି ପୁଣି ୧୬ହଜାର ଉପରେ

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଲୀ ୨୦।୫: ବିଶ୍ବ ବଜାରରେ ଭଲ ସଙ୍କେତ ପରେ ଏହାର ପ୍ରଭାବ ଘରୋଇ ସେୟାର ବଜାରରେ ପଡିଛି । ଗୁରୁବାର ଦିନ ବିକ୍ରୟ ଚାପରେ ଦ୍ରୁତ ହ୍ରାସରେ ବନ୍ଦ ହୋଇଥିବା ଭାରତୀୟ ସେୟାର ବଜାର ଶୁକ୍ରବାର ସକାଳେ ସବୁଜ ସଙ୍କେତ ସହ ଖୋଲିଛି । ପ୍ରରମ୍ଭିକ କାରବାରରେ ସେନ୍ସେକ୍ସ ଏବଂ ନିଫ୍ଟି ୧.୫ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ।

କାରବାର ସପ୍ତାହର ଶେଷ ଦିନ ଅର୍ଥାତ ଶୁକ୍ରବାର ଦିନ ସେନ୍ସେକ୍ସ ୫୩,୫୧୩.୯୭ ପଏଣ୍ଟରେ ଖୋଲିଛି । ସେହିଭଳି ୫୦ ପଏଣ୍ଟ ନିଫ୍ଟି ୧୬ହଜାରରୁ ଅଧିକ ୧୬,୦୪୩.୮୦ରେ ଖୋଲିଥିଲା । ଏସ୍‌ଜିଏକ୍ସ ନିଫ୍ଟିରେ ୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ପ୍ରି-ଓପନ ସେସନ୍‌ ସମୟରେ ସେନ୍ସେକ୍ସର ସମସ୍ତ ୩୦ ସେୟାର ସବୁଜ ସଙ୍କେତ ସହ କାରବାର କରୁଥିବା ଦେଖିବାକୁ ମିଳିଛି । ଆଜିର କାରବାର ସେସନ୍‌ରେ ୧୫୪୭ ଷ୍ଟକ୍‌ରେ ଏକ କ୍ରୟ ସମୟ ଥିଲା ଏବଂ ୨୫୭ ଷ୍ଟକ୍‌ରେ ବିକ୍ରୟ ଦେଖିବାକୁ ମିଳିଥିଲା । ସେହିଭଳି ୬୪ଟି ସେୟାରରେ କୌଣସି ପରିବର୍ତ୍ତନ ହୋଇନଥିଲା ।

ଗୁରୁବାର ବିଶ୍ବ ବଜାରରେ ଏକ ମିଶ୍ରିତ ଧାରା ରହିଥିଲା । ଆମେରିକା ବଜାରରେ ପୁଣି ହ୍ରାସ ଦେଖିବାକୁ ମିଳିଥିଲା । କାରବାର ସେସନ୍‌ରେ ଡାଓ ଜୋନ୍ସ ୨୫୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ନେସଡେକ୍‌ରେ ମଧ୍ୟ ବିକ୍ରୟ ଧାରା ରହିଥିଲା । ଦୁର୍ବଳ ଆରମ୍ଭ ପରେ ଆମେରିକା ବଜାର ହାଲକା ପୁନରୁଦ୍ଧାର ପରେ ବନ୍ଦ ହୋଇଥିଲା ।

ଏହା ପୂର୍ବରୁ ଗୁରୁବାର ଦିନ ବିଶ୍ବ ବଜାରର ଖରାପ ସଙ୍କେତ ଏବଂ ପ୍ରବଳ ବିକ୍ରୟ ଚାପ ଯୋଗୁଁ ସେୟାର ବଜାରରେ ଜବରଦସ୍ତ ହ୍ରାସ ଘଟିଥିଲା । ବାଣିଜ୍ୟ ସେସନ୍‌ ଶେଷରେ ୩୦ ପଏଣ୍ଟ ସେନସେକ୍ସ ୧୪୧୬.୩୦ ପଏଣ୍ଟ ହ୍ରାସ ପାଇ ୫୨,୭୯୨.୨୩ରେ ବନ୍ଦ ହୋଇଥିଲା । ସେହିଭଳି ୫୦ ପଏଣ୍ଟ ନିଫ୍ଟି ୪୩୦.୯୦ ପଏଣ୍ଟ ହ୍ରାସ ପାଇ ୧୫,୮୦୯.୪୦ ପଏଣ୍ଟରେ ବନ୍ଦ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.