scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେୟାର ବଜାରରେ ଦୀପାବଳି; ନିର୍ବାଚନ ରେଜଲ୍ଟ ପରେ ବଢିଲା Sensex-Nifty

4/12/2023 at 10:21 AM

ମୁମ୍ବାଇ: ୪ ରାଜ୍ୟରେ ବିଧାନସଭା ନିର୍ବାଚନ ଆସିବା ପରେ ସେୟାର ବଜାରରେ ତୁଫାନ ଆସିଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନା ରେଜଲ୍ଟ ପ୍ରଭାବ ସେୟାର ମାର୍କେଟରେ ଦେଖିବାକୁ ମିଳିଛି । ବିଜୟର ଗୋଟିଏ ଦିନ ପରେ ସେୟାର ମାର୍କେଟ୍ ଝୁମି ଉଠିଛି । ରବିବାର ବଜାର ଖୋଲିବା ମାତ୍ରେ ସେୟାର ଗୁଡ଼ିକ ବୃଦ୍ଧି ପାଇଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ଇଣ୍ଡେକ୍ସର ସେନସେକ୍ସ ୯୫୪ ପଏଣ୍ଟ ସହିତ ଲମ୍ବା ଡିଆଁ ମାରିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୩୪ ଅଙ୍କ ସହ ବୃଦ୍ଧିର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

ସୋମବାର ସେୟାର ମାର୍କେଟ୍ ଖୋଲିବା କ୍ଷଣି ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛି । ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଶେଷଜ୍ଞମାନେ ସେୟାର ବଜାର ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଥିଲେ । ତିନି ରାଜ୍ୟରେ ପ୍ରଚଣ୍ଡ ବହୁମତ ସହିତ ବିଜେପିର ବିଜୟ ଲାଭ କରିଛି । ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଛି ବୋଲି ଇକୋନୋମିଷ୍ଟ ମାନେ କହିଛନ୍ତି ।

ନିଫ୍ଟି ନୂଆ ରେକର୍ଡ କରିଛି:

ସେୟାର ବଜାର ଖୋଲିବା ପରେ ପ୍ରାରମ୍ଭରୁ ସ୍ପିଡ୍ ଧରିଥିଲା । ସକାଳ ୯ଟା ୧୫ ସୁଦ୍ଧା ଭାରତୀୟ ସେୟାର ବଜାରର ପ୍ରମୁଖ ସୂଚକାଙ୍କ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଥିଲା । ନିଫ୍ଟି ୨୭୬.୪୦ ପଏଣ୍ଟ ସହିତ ୨୦, ୬୦୦ ଅଙ୍କ ଲେଭଲ୍ ପାର୍ କରିଥିଲା ।  ନିଫ୍ଟି ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟ୍ସ, ଏନଟିପିସି, ଏସବିଆଇ ଏବଂ ଏଲଏନଣ୍ଟି ଆଦି କମ୍ପାନୀମାନଙ୍କ ସେୟାର ଦ୍ରୁତ ଗତିରେ ବଢ଼ିଥିବା ଦେଖିବାକୁ ମିଳିଥିଲା ।

   Related Posts