Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପ୍ରଫିଟ୍‌ ବୁକିଙ୍ଗ ପାଇଁ ତଳକୁ ଖସିଲା ଶେୟାର୍‌ ମାର୍କେଟ୍‌; ୩୧୦ରେ ସେନସେକ୍ସ ଓ ୮୨ ପଏଣ୍ଟ ତଳକୁ ଖସିଲା ନିଫ୍ଟି

25/08/2022 at 6:52 PM

ମୁମ୍ୱାଇ ୨୫/୦୮: ଗୁରୁବାର ଭାରତୀୟ ଶେୟାର୍‌ ମାର୍କେଟ ଟ୍ରେଡିଙ୍ଗ ସେସନ୍‌ରେ ହ୍ରାସ ପାଇବା ସହିତ ବନ୍ଦ ହୋଇଥିଲା। ଏହା ପୂର୍ବରୁ ସକାଳେ ସେୟର୍‌ ମାର୍କେଟ୍‌ରେ ବଢ଼ିବା ସହିତ ଖୋଲିଥଲା। କିନ୍ତୁ ପ୍ରୋଫିଟ୍‌ ବୁକିଙ୍ଗ ପାଇଁ ସେନସେକ୍ସ ୭୧୦ ପଏଣ୍ଟରେ ବନ୍ଦହୋଇ ଥିବାବେଳେ ନିଫ୍ଟି ୨୦୦ ପଏଣ୍ଟରୁ ହ୍ରାସ ପାଇଛି। ଆଜିର କାରବାର ଶେଷ ସୁଦ୍ଧା ମୁମ୍ୱାଇ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୩୧୦ ଅଙ୍କ ହ୍ରାସ ପାଇବା ସହିତ ୫୮,୭୭୪ ପଏଣ୍ଟ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକେସଚେଞ୍ଜରେ ନିଫ୍ଟି ୮୨ ପଏଣ୍ଟ ହ୍ରାସପାଇ ସହିତ ୧୭,୫୨୨ ପଏଣ୍ଟରେ ବନ୍ଦ ହୋଇଛି।

ମାର୍କେଟ୍‌ରେ ଅଧିକାଂଶ କ୍ଷେତ୍ରର ଶେୟାର ହ୍ରାସ ପାଇଛି। କଞ୍ଜ୍ୟୁମର ଡ୍ୟୁରେବଲ୍ସ ଓ ରିୟଲ୍‌ ଇଷ୍ଟେଟ୍‌କୁ ଛାଡ଼ିଦେଲେ ଆଇଟି, ବ୍ୟାଙ୍କିଙ୍ଗ, ଅଟୋ, ଫାର୍ମା, ଏଫଏମଜିସି, ଏନର୍ଜି, ମେଟଲ୍ସ, ତୈଳ ଏବଂ ଗ୍ୟାସ୍‌କୁ ଛାଡ଼ିଦେଲେ ମିଡିଆ କ୍ଷେତ୍ର ଅଧିକଶେୟାର ବିକ୍ରି ହୋଇଛି। କିନ୍ତୁ ମିଡ୍‌କେପ୍‌ ଓ ସ୍ମଲ୍‌କେପ୍‌ ଶେୟାର୍‌ ଇନଡେକ୍ସରେ ଗ୍ରିନ୍‌ ସିଗନାଲ୍‌ ସହିତ ବନ୍ଦ ହୋଇଛି। ନିଫ୍ଟିରେ ୫୦ଟି ସେୟାର୍‌ ମଧ୍ୟରୁ ୧୭ଟି ଶେୟାର୍‌ ଗ୍ରିନ୍‌ ସିଗ୍ନାଲ୍‌ରୁ ବନ୍ଦ ହେଲେ ୩୩ଟି ଶେୟାର୍ ହ୍ରାସ ପାଇଥିବା ଦେଖାଯାଇଛି। ସେଥିପାଇଁ ସେନସେକ୍ସର ୩୦ଟି ଶେୟାରରେ କେବଳ ୫ଟି ଶେୟାର୍‌ ଗ୍ରିନ୍‌ ସିଗନାଲ୍‌ ସହିତ ବନ୍ଦ ହୋଇଥିବା ବେଳେ ୨୫ଟି ରେଡ୍‌ ସିଗନାଲ୍‌ରେ ବନ୍ଦ ହୋଇଛି। ବ୍ୟାଙ୍କ୍‌ ନିଫ୍ଟିର ମୋଟ୍‌ ୧୨ଟି ଷ୍ଟକ୍‌ରୁ ୬ଟି ଷ୍ଟକ୍‌ ରେଡ୍‌ ସିଗନାଲରେ ବନ୍ଦ ହୋଇଛି।  

ହ୍ରାସ ପାଇଥିବା ଶେୟାର୍ ଦେଖିବାକୁ ଗଲେ ଆଦାନି ପୋର୍ଟସର ୨.୪୩ ପ୍ରତିଶତ, ବଜାଜ ଫାଇନାନ୍ସର ୧. ୮୧ ପ୍ରତିଶତ, ପାୱାର ଗ୍ରିଡ୍‌ର ୧.୩୭ ପ୍ରତିଶତ, ଇନଫୋସିସର ୧.୨୮ ପ୍ରତିଶତ, ଏନଟିପିସିର ୧.୧୮ ପ୍ରତିଶତ, ଟିସିଏସର ୧.୧୪ ପ୍ରତିଶତ, ସିପ୍ଲାର ୧.୧୨ ପ୍ରତିଶତ, ଇଣ୍ଡସଇଣ୍ଡ ବ୍ୟାଙ୍କର ୧.୦୮ ପ୍ରତିଶତ ଏବଂ ଆପୋଲୋ ଡାକ୍ତରଖାନାର ୧ ପ୍ରତିଶତ ହ୍ରାସ ପାଇବା ସହିତ ବନ୍ଦ ହୋଇଛି।

ଅନ୍ୟପଟେ, ମାର୍କେଟରେ ଶ୍ରୀ ସିମେଣ୍ଟସର ୧.୭୧ ପ୍ରତିଶତ, ଡିବିଜ ଲ୍ୟାବ୍‌ ୧.୧୨ ପ୍ରତିଶତ, ହିଣ୍ଡାଲକୋର ୦.୯୧ ପ୍ରତିଶତ, ଆଇସର ମୋଟର୍ସରେ ୦.୮୯ ପ୍ରତିଶତ, ଗ୍ରାସିମର ୦.୭୮ ପ୍ରତିଶତ, ଏଚଡିଏଫସି ଲାଇଫର ୦.୭୮ ପ୍ରତିଶତ, ଏସବିଆଇ ଲାଇଫର ୦.୭୪ ପ୍ରତିଶତ ଶେୟାର୍‌ ବୃଦ୍ଧି ପାଇବା ସହିତ ବନ୍ଦ ହୋଇଛି।  

   Related Posts