ଇରାନ-ଆମେରିକା ଉତ୍ତେଜନା ଯୋଗୁ ସେୟାର ବଜାର ଲହୁଲୁହାଣ, ୭୮୮ ଅଙ୍କକୁ ଖସିଲା Sensex

Published By : Prameya-News7 Bureau | January 06, 2020 IST

ମୁମ୍ବାଇ ୬।୧ : ପଶ୍ଚିମ ଏସିଆରେ ଉପୁଜିଥିବା ସଙ୍କଟର ପ୍ରଭାବ ସୋମବାର ଭାରତୀୟ ସେୟାର ବଜାରରେ ଅନୁଭୂତ ହୋଇଛି। ଆଜି କାରବାର ବେଳେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ୮୪୫ ଅଙ୍କ ଖସି ୪୦୬୧୯ରେ ପହଞ୍ଚିଛି। ସେପଟେ ନିଫ୍ଟି ୧୨ ହଜାରରୁ ତଳକୁ ଖସିଆସିଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ସୂଚକାଙ୍କ ମଧ୍ୟ କାରବାର ବେଳେ ୧୧,୯୭୯.୩୫କୁ ଖସିଛି। କାରବାର ଶେଷ ବେଳକୁ ଏନଏସଇ ୧.୯୧ ପ୍ରତିଶତ ହ୍ରାସ ସହ ୧୧,୯୯୩.୦୫ରେ ବନ୍ଦ ହୋଇଛି।

{"id":207953,"sizeSlug":"large"}

ଗତ ଶୁକ୍ରବାର ବଗଦାଦରେ ଆମେରିକାର ଡ୍ରୋନ ଆକ୍ରମଣ ପରେ ସାରା ବିଶ୍ୱର ସେୟାର ବଜାରକୁ  ଟଳମଳ କରିଥିଲା। ଶୋମବାର ଜାପାନ ନିକ୍କି ରେ ୨ ପ୍ରତିଶତ ହ୍ରାସ ଦେଖାଯାଇଛି। ସେହିପରି ଦକ୍ଷିଣ କୋରିଆ କୋସ୍ପିରେ ୧ ପ୍ରତିଶତ ଓ S&P ASX 200 ରେ ୦.୩ ପ୍ରତିଶତ ହ୍ରାସ ଦେଖାଯାଇଛି। ଏଣୁ ପ୍ରତି ସେକ୍ଟରରେ ବିକାକିଣା ହେଉଥିବା ଦେଖାଯାଇଛି। ବିଏସଇ ସେନସେକ୍ସ, ମେଡିକେପ ଓ ସ୍ମଲ କେପ୍‌ରେ ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅନ୍ୟପଟେ ବ୍ୟାଙ୍କ, ଫାଇନାନ୍ସ, ଅଟୋ, ରିଏଲିଟି ଏବଂ ଅଏଲ ଏଣ୍ଡ ଗ୍ୟାସ୍ ସେକ୍ଟରରେ ମଧ୍ୟ ୨ ପ୍ରତିଶତ ହ୍ରାସ ଦେଖାଯାଇଛି।

{"id":207954,"width":581,"height":374,"sizeSlug":"large"}

ସବୁ ସୂଚକାଙ୍କ ସୋମବାର ଲାଲ ସଙ୍କେତରେ ଥିବା ବେଳେ ଅଶୋଧିତ ତୈଳବଜାର କିନ୍ତୁ ମଜଭୁତ ସ୍ଥିତିରେ ଥିବା ଦେଖାଯାଇଛି। ବ୍ରେଣ୍ଟକ୍ରୁଡ ଫ୍ୟୁଚର ୩ ପ୍ରତିଶତ ବୃଦ୍ଧି ହୋଇ ୭୦.୫୯ ପ୍ରତି ଡଲାରରେ ପହଞ୍ଚିଯାଇଥିବା ବେଳେ ଆମେରିକା କ୍ରୁଡ ୬୪.୨୨ ଡଲାରକୁ ଛୁଇଁଛି। ଗତ ନୂଆ ବର୍ଷରେ ସେୟାର ମାର୍କେଟ୍ ଓପ୍ନିଂ ବେଶ ଉତ୍ସାହଜନକ ଥିଲା। ବର୍ଷରେ ଭଲ କାରବାର ନେଇ ଲୋକେ ଆଶାୟୀ ଥିବା ବେଳେ ଅଚାନକ ଇରାନ-ଆମେରିକା ଉତ୍ତେଜନା ନିବେଶକଙ୍କ ଆଶାରେ ପାଣି କରିଦେଇଛି। ନୂଆବର୍ଷ ପ୍ରଥମ ସପ୍ତାହର ୨ ଦିନ ବୁଧବାର ଓ ଗୁରୁବାର ସେନସେକ୍ସ ଓ ନିଫ୍ଟିରେ ଅଭିବୃଦ୍ଧି ଦେଖାଯାଇଥିଲା। ହେଲେ ଶୁକ୍ରବାରର ଘଟଣା ଏବେ ସର୍ବନାଶ ଆଡକୁ ନ ନେବ ତାହା ଏବେଠୁ କହି ହେଉନି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.