ଷ୍ଟିଙ୍ଗ୍ ଅପରେସନ୍ / ଗଛ ପାଇଁ ଲାଞ୍ଚ : ତହସିଲଦାର-ଆରଆଇ-ଅମିନଙ୍କ ଲିଙ୍କ୍ ! କଟାଯାଇଥିବା ଚାକୁଣ୍ଡା ଗଛ ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

Published By : Prameya-News7 Bureau | November 29, 2019 IST

ପଟ୍ଟମୁଣ୍ଡାଇ ୨୯।୧୧: ନାକେଦମ୍ କଲାଣି ଗଛ । ଗୋଟିଏ ଚାକୁଣ୍ଡା ଗଛ କାଟି ଦେଇ ଅଡୁଆରେ ଫଶିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଗାଁର ଅସହାୟ ମହିଳା ସୁନ୍ଦରୀ ଭୂୟାଁ। ମହିଳାଙ୍କ ଘର ଆଗରେ ସରକାରୀ ଜାଗାରେ ଥିବା ଚାକୁଣ୍ଡା ଗଛଟି ବାତ୍ୟାରେ ଭାଙ୍ଗି ପଡିଥିଲା । ଗଛ ଉଠାଇବାକୁ ସେତେବେଳେ ସରକାରୀ କର୍ମଚାରୀ କେହି ଆସିଲେନି । ଆଉ କିଛି ବାଟ ନପାଇ ମହିଳା ଜଣକ ଗଛଟିକୁ ଲୋକ ଲଗାଇ କଟାଇ ଦେଇଥିଲେ । ବାସ ଏହାପରେ ଆଇନ କାନୁନ ଦେଖାଇ ଅସହାୟ ମହିଳାଙ୍କୁ ଜରିମନା ଧମକ ଦେବାରେ ଲାଗିଛନ୍ତି ତହସିଲ କାର୍ଯ୍ୟାଳୟର ବାବୁମାନେ । କେବଳ ସେତିକି ନୁହେଁ, ଏଘଟଣା କାହିଁକି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଲ ବୋଲି ଆଇନ କାନୁନ ଦେଖାଇ ଦାଉ ସାଧିବାକୁ ବସିଛନ୍ତି ସରକାରୀ ବାବୁମାନେ । ପୂରା ଘଟଣା କଏଦ ହୋଇଛି ନ୍ୟୁଜ ସେଭେନ୍ କ୍ୟାମେରାରେ ।

{"id":191433,"sizeSlug":"large"}

କଟା ଯାଇଥିବା ଚାକୁଣ୍ଡା ଗଛ କାଠକୁ ନେଇ ହିସାବ କିତାବ ଲଗାଉଛନ୍ତି ତହସିଲ ଅଫିସର ସୁପରଭାଇଜର ।  କାଠର ଦାମ୍ ୫ହଜାର ଟଙ୍କା ତାଉପରେ ଆହୁରି ଫାଇନ୍ ଲାଗିବ କହି ଡରାଉଛନ୍ତି । ପୁଣି ଫୋନରେ କହୁଛନ୍ତି ମାମଲା ବିଗିଡି ଯାଇଛି । ଜାଗା ଉପରକୁ ଆରଆଇ ଯିବା ଦିନ ତାଙ୍କ କଥା ବୁଝିଲନି, ଖର୍ଚ୍ଚପାଣି ଦେଲନି ତେଣୁ ସେ ଏପଟସେପଟ ରିପୋର୍ଟ ଦେଇଛନ୍ତି । ଏବେ ମାମଲା ହେବ, ନୋଟିସ ହେବ ଏମିତି କହି ଡରାଇବାକୁ ଚେଷ୍ଟା କରୁଛନ୍ତି । ଅଫିସ ଭିତରେ ବି ଏକଥା କହିବାକୁ ପଛଉ ନାହାନ୍ତି ଯେ, କଥା ଅଳ୍ପରେ ଛିଣ୍ଡିଥାନ୍ତା ସାମ୍ବାଦିକଙ୍କୁ କହିଲ ବୋଲି ମାମଲା ବଢିଗଲା । ଶେଷରେ ଏକଥା ବି କହୁଛନ୍ତି ବୁଢା ବାବୁଙ୍କୁ କିଛି ଦେଇ ଯାଅ ।

{"id":191434,"sizeSlug":"large"}

ତହସିଲ ଅଫିସରେ କେମିତି ଚାଲିଛି କାରବାର ତାର ଉଦାହରଣ ମିଳିଯିବ ସୁପରଭାଇଜଙ୍କ କଥା ଶୁଣିଲେ । କୁଆଡେ ଆରଆଇ ବାବୁଙ୍କର ବୋତଲ ନହେଲେ ହୁଏନି ବୋଲି ନିଜେ ସୁପରଭାଇଜର କହୁଛନ୍ତି । ଆଉ ନିଜେ ଆରଆଇ ବାବୁଙ୍କର ମୁହଁରେ ଅଫିସ ଭିତରେ ଲାଗଛି ସିଗାରେଟ୍ ।ଆଉ ଫୋନରେ ବି ସେ ଲାଞ୍ଚ କାରବାର ନେଇ ସିଧା ସିଧା କହିବାକୁ ଡରୁ ନାହାନ୍ତି ।ପ୍ରଥମେ ଆଇନ କାନୁନର ଭୟ ଦେଖାଉଛନ୍ତି ଆଉ ଶେଷରେ କହୁଛନ୍ତି ଆସନ୍ତୁ ସୁପରଭାଇଜରଙ୍କ ଉପସ୍ଥିତିରେ ହିଁ ଟଙ୍କା ଦିଆନିଆ ହେବ । ପୁରା କାରବାରରେ ଅମିନଙ୍କ ଭାଗ ଥିବା ମଧ୍ୟ ଫୋନରେ ମାନୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.