ନିଆଁ ସିନା ଲିଭିଗଲା କିନ୍ତୁ ଧୂଆଁରେ ଅଣନିଶ୍ୱାସୀ ଅଞ୍ଚଳବାସୀ - ଜାଣନ୍ତୁ ରାଜଧାନୀ ଉପକଣ୍ଠ ଏହି ସ୍ଥାନର ଅବସ୍ଥା

Published By : Prameya-News7 Bureau | February 18, 2020 IST

ଭୁବନେଶ୍ୱର ୧୮।୦୨ - ଅସମ୍ଭାଳ ହେଲାଣି ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ସ୍ଥିତି । ନିଆଁ ସିନା ଲିଭିଗଲା କିନ୍ତୁ ଧୂଆଁରେ ଅଣନିଶ୍ବାସୀ ଅଞ୍ଚଳବାସୀ । ସେପଟେ ସୈନିକ ସ୍କୁଲ ପାଖ ଡମ୍ପିଂ ଓ।ର୍ଡରେ ଆଉ ଜାଗା ନାହିଁ । ତେଣୁ କାଲିଠୁ ଦାରୁଠେଙ୍ଗରେ ଡମ୍ପିଂ କରିବାକୁ ଯେ।ଜନା ରଖିଛି ବିଏମସି । ଏପଟେ ଯେପର୍ଯ୍ୟନ୍ତ ଧୂଆଁ ବାହାରୁଛି ସେପର୍ଯ୍ୟନ୍ତ ଅଳିଆ ପକାଇବାକୁ ଦେବେ ନାହିଁ ବେ।ଲି ରେ।କଠେ।କ ଶୁଣାଇ ଦେଇଛନ୍ତି ଦାରୁଠେଙ୍ଗବାସୀ ।

{"id":226164,"sizeSlug":"large"}

ନିଆଁ ଲିଭିଗଲା । କିନ୍ତୁ ଧୂଆଁରେ ଅଣନିଶ୍ବାସୀ ଦାରୁଠେଙ୍ଗବାସୀ । ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ନିଆଁ ଲାଗିବା ପରଠୁ ସୈନିକ ସ୍କୁଲ ପାଖ ଡମ୍ପିୟାର୍ଡରେ ଅଳିଆ ପକାଉଛି ବିଏମସି । ପ୍ରତି ଦିନ ରାଜଧାନୀରୁ ଉଠୁଛି ୧୫୦ ଟ୍ରିପରୁ ଅଧିକ ଅଳିଆ । ବର୍ତ୍ତମାନ ସୈନିକ ସ୍କୁଲ ଡମ୍ପିଂୟାର୍ଡ ଅଳିଆ ଡମ୍ପିଂ କରିବାକୁ ଆଉ ଜାଗା ନାହିଁ । ତେଣୁ ବୁଧବାରଠୁ ପୁଣି ଦାରୁଠେଙ୍ଗରେ ଡମ୍ପିଂ କରିବାକୁ କହିଛନ୍ତି ବିଏମସି କମିଶନର ।

{"id":226166,"sizeSlug":"large"}

ସେପଟେ ବିଏମସିର ନିଷ୍ପତିକୁ ବିରେ।ଧ କରିଛନ୍ତି ଦାରୁଠେଙ୍ଗ ବାସିନ୍ଦା । ଧୂଆଁ ନକମିବା ଯାଏ ଅଳିଆ ଗାଡି ଛାଡିବେ ନାହିଁ ବେ।ଲି ରେ।କଠେ।କ ଶୁଣାଇ ଦେଇଛନ୍ତି । ବିଷାକ୍ତ ଧୂଆଁରେଆଖି ନାକ ଜଳାପଡା ହେବା ସହ ବିଭିନ୍ନ ସମସ୍ୟା ଉପୁଜିଛି । ତେଣୁ ବିଏମସି ଏଠାରେ ଡମ୍ପିଂ କରିପାରିବନି ବେ।ଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ

{"id":226167,"sizeSlug":"large"}

ବୁଧବାରଠୁ ପୁଣି ଦାରୁଠେଙ୍ଗରେ ଅଳିଆ ପକାଇବାକୁ ଯେ।ଜନା କରିଛି ବିଏମସି । ଏପଟେ ବିରେ।ଧ କରିବାକୁ ପ୍ରସ୍ତୁତ ରହିଛନ୍ତି ଦାରୁଠେଙ୍ଗବାସୀ । ତେଣୁ ଏହାକୁ ନେଇ ଏକ ଛକାପଞ୍ଜା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.