ପ୍ରଦୂଷିତ ହେଉଛି ଉତ୍ତର ସାଗର; ୮୦ ବର୍ଷ ପରେ ମଧ୍ୟ ଭଙ୍ଗା ଜାହାଜରୁ ବାହାରୁଛି ବିଷ୍ଫୋରକ ବିଷାକ୍ତ ପଦାର୍ଥ

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ ୧୯/୧୦: ଏକ ଗବେଷଣା ଅନୁସାରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଏକ ଭଙ୍ଗା ପାଣି ଜାହାଜ ଏବେ ଉତ୍ତର ସାଗରରେ ପଡ଼ି ସେଠାକାର ଜଳ ତଥା ପରିବେଶକୁ ପ୍ରଦୂଷିତ କରୁଛି। ଜାହାଜଟି ପାଣିରେ ବୁଡ଼ିବା ପରେ ଦୀର୍ଘ ୮୦ ହେଲା ସେଥିରୁ ବିଭିନ୍ନ ପ୍ରକାର ବିଷ୍ଫୋରକ ତଥା ବିଷାକ୍ତ ପଦାର୍ଥ ବାହାରୁଛି। ଚଳିତ ସପ୍ତାହ ମଙ୍ଗଳବାର ‘ଫ୍ରଣ୍ଟିଅରସ ଇନ ମେରାଇନ ସାଇନସ୍‌’ (Frontiers in Marine Science) ନାମକ ପତ୍ରିକାରେ ଏହି ଗବେଷଣା ଭିତ୍ତିକ ରିପୋର୍ଟଟି ପ୍ରକାଶ ପାଇଛି।

wp:html /wp:html

‘’ଐତିହାସିକ ଧାରଣା ଓ ମୂଲ୍ୟ ପାଇଁ ସାଧାରଣ ଜନତା ଭଙ୍ଗା ଜାହାଜ ବିଷୟରେ ଜାଣିବାକୁ ଅଧିକ ଆଗ୍ରହି ଥାଆନ୍ତି, କିନ୍ତୁ ଏହାର ସମ୍ଭାବିକ ପାରିବେଶିକ ପ୍ରଭାବ ପ୍ରାୟ ଲୁଚିଯାଏ’’ ବୋଲି ବେଲଜିୟମରେ ଥିବା ଘେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକ ତଥା ବାୟୋ ଇଞ୍ଜିନିୟର ଏବଂ ଜୀବାଣୁତୱ ବିଶେଷଜ୍ଞ ଯୋସେଫାଇନ ଭାନ ଲାଣ୍ଡୟୁଟ ଖବର ସରବରାହ ସଂସ୍ଥା କେବୁଲ ନିଉଜ ନେଟ୍‌ୱାର୍କକୁ (CNN) କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.