୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା, ଯାତାୟତ ବାଧାପ୍ରାପ୍ତ
17/01/2023 at 9:32 AM

କେନ୍ଦ୍ରାପଡ଼ା ୧୭।୦୧ : ୨୪ ଘଣ୍ଟିଆ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା । କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି ।ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଖବର ଅନୁଯାୟୀ, କେନ୍ଦ୍ରାପଡା ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି” ପକ୍ଷରୁ ଏହି ବନ୍ଦ ଡ଼ାକରା ଦେଇଛି। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୪ ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଚ୍ଛାପୁର ସ୍ଥିତ ଶ୍ୟାମ ଗୁଡ଼ିଆକୁ ସ୍ଥାନାନ୍ତର ପରେ ପୌରାଞ୍ଚଳ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି। ତେବେ ଆଜିର ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରୁଛନ୍ତି ।