ୟୁପି ଟ୍ରକ୍‌ରୁ ୧୪୮ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 05, 2024 IST

ଭୁବନେଶ୍ବର ୫୩: ୟୁପି ଟ୍ରକ୍‌ରୁ ବାହାରିଲା ୧୪୮ କିଲୋଗ୍ରାମ ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ ।

ସୂଚନାଯୋଗ୍ୟ ଯେ, ମାଲକାନଗିରିରୁ ବ୍ୟାଟେରୀ ବୋଝେଇ ଟ୍ରକରେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ । ଗଞ୍ଜେଇ ଚୋରା ଚାଲାଣ ବେଳେ ୟୁପି ଟ୍ରକ୍‌ରୁ ବାହାରିଲା ୧୪୮ କିଲୋଗ୍ରାମ ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବିହାରର ଅରୁଣ ମହୋତ, ଉତ୍ତର ପ୍ରଦେଶର ସଞ୍ଜୟ କୁମାର ଓ ମହେନ୍ଦ୍ର ପାଲ । ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ସୋମବାର ରସୁଲଗଡ଼ ଛକ ନିକଟରୁ ଗଞ୍ଜେଇ ବୋଝେଇ ଟ୍ରକକୁ ଧରିଥିଲା ଏସଟିଏଫ ।

You Can Read :

wp:embed {"url":"https://www.prameyanews7.com/man-dead-body-found-from-pond-in-pottangi-of-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-dead-body-found-from-pond-in-pottangi-of-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.