ଏସଟିଏଫକୁ ସଫଳତା; ୧.୪୨ କେଜି ବ୍ରାଉନସୁଗାର ଜବତ, ୩ ବେପାରୀ ଗିରଫ
12/05/2022 at 5:26 PM

ଖୋର୍ଦ୍ଧା: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ୧ କେଜି ୪୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ। ଏହାସହ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ।
ଖୋର୍ଦ୍ଧା ଅଞ୍ଚଳରୁ ୩ ଜଣ ବ୍ରାଉନସୁଗାର ବେପାରୀ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ବେଗୁନିଆ ଗୋଡା ଲୋକନାଥ ସାହିର ରଞ୍ଜନ ପାଟ୍ଟଶାଣୀ ଓ ଲକ୍ଷ୍ମୀଧର ସ୍ବାଇଁ, ବାଙ୍କି ହରିରାଜପୁରର ଅମରେନ୍ଦ୍ର ମହାପାତ୍ର। ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୧ କୋଟି ୪୨ ଲକ୍ଷ ଟଙ୍କା । ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି।
Related Posts
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023