ଏସ୍‌ଟିଏଫ୍‌ର ଚଢାଉ, ସମ୍ବଲପୁରରୁ ଠାବ ହେଲା ହାତୀ କଙ୍କାଳ

Published By : Prameya-News7 Bureau | July 24, 2022 IST

ସମ୍ବଲପୁର ୨୪।୦୭ : ସମ୍ବଲପୁରରେ ଏସଟିଏଫର ଚଢାଉ । ଏସଟିଏଫ୍‌ର ଏକ ୩ଜଣିଆ ଟିମ୍ ସମ୍ବଲପୁରରେ ଖୋଳତାଡ କରି ହାତୀ କଙ୍କାଳ ଠାବ କରିଛି । ବୌଦ୍ଧ, ଆଠଗଡ ପରେ ଏବେ ସମ୍ବଲପୁରରୁ ଠାବ ହୋଇଛି ହାତୀ କଙ୍କାଳ ।

ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଂଜ କେଶାପାଲି ପଂଚାୟତ କୋଲଗାଁ ଜଙ୍ଗଲରେ ହାତୀକୁ ହତ୍ୟା କରି ଜଙ୍ଗଲ ଭିତରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିଲା । ଏସଟିଏଫରର ଏହି ଚଢାଉରେ ହାତୀ କଙ୍କାଳ ଠାବ ହୋଇଛି । ସମ୍ବଲପୁରରେ ମଧ୍ୟ ହାତୀ ଦାନ୍ତ ମାଫିଆ ସକ୍ରିୟ ଥିବା ଜଣାପଡିଛି । ତେବେ ପୋଡାଯାଇଥିବା ହାତୀର ବଡ ବଡ ହାଡ ରହିଥିବାବେଳେ ବାକି ସବୁ ପୋଡି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.