ଏସଟିଏଫର ଚଢ଼ାଉ, ୫ଟି ଦେଶୀ ପିସ୍ତଲ ସହ ଅଫୁଟା ଗୁଳି ଜବତ, ଜଣେ ଗିରଫ
16/08/2022 at 5:35 PM

ଢେଙ୍କାନାଳ, ୧୬/୦୮: ଢେଙ୍କାନାଳ ସଦର ଥାନା ଅଂଚଳ ଏବେ ପାଲଟିଛି ଚୋରା ବନ୍ଧୁକ କାରବାରର ହବ୍ । ଗତ କିଛିଦିନ ପୂର୍ବେ ଭାପୁର ଅଂଚଳରୁ ଏସଟିଏଫ ଚଢ଼ାଉ କରି ୭ଟି ଚୋରା ବନ୍ଧୁକ ଜବତ କରିଥିବା ବେଳେ ମଙ୍ଗଲବାର ପୁଣି ଚଢ଼ାଉ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଓ ଡେଙ୍ଗଚୋରେଇ ଗ୍ରାମରେ ଚଢ଼ାଉ କରିଥିଲା । ଏହି ଚଢ଼ଉରେ ୫ଟି ଚୋରା ଦେଶୀ ପିସ୍ତଲ ଓ ଅଫୁଟା ଗୁଳି ଜବତ କରାଯାଇଛି। ଏହି ଚୋରା ଦେଶୀ ପିସ୍ତଲ କାରବାର କରୁଥିବା ଛାଟିଆ ଅଂଚଳର ରୋହିତ ନାୟକ ନାମକ ଜଣେ ଯୁବକକୁ ଗିରଫ କରିଛି ଏସଟିଏଫ ।