ଗଞ୍ଜେଇ ଚୋରା ଚାଲାଣକୁ ନେଇ ଏସ୍‌ଟିଏଫ୍‌ର ଚଢ଼ାଉ, ଜବତ ହେଲା ସିଆଜ୍‌

Published By : Prameya-News7 Bureau | February 26, 2021 IST

କଟକ, ୨୬/୦୨: ଆଠଗଡ ଥାନା ଅନ୍ତର୍ଗତ ଚେରେଇ ପାଟଣା ଗ୍ରାମରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କ  ଘରେ ଗଞେଇ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଚଢାଉ କରିଥିଲା ।

ଘରେ ରେଡ୍ ଚାଲିଥିବା ବେଳେ  ଟିମ୍‌କୁ ଚକମା ଦେଇ ଗଞ୍ଜେଇ ମାଫିଆ ଖସିଯାଇଛି । ତେବେ ଅଭିଯୁକ୍ତର ଘରୁ ଗାଡ଼ି ଡ୍ରାଇଭର ଧରାପଡିଥିବା ବେଳେ ୨ କେଜି ଗଞ୍ଜେଇ ଜବତ କରାଯାଇଛି ।

ଏଥିସହ ଓଡି ୦୨ ବିଏ ୯୫୦୧ ନମ୍ୱରର ଏକ ମାରୁତି ସିଆଜ୍ କାରକୁ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍ । ଡ୍ରାଇଭରକୁ ଧରିବା ପରେ ତାକୁ ଆଠଗଡ ଥାନା ଅଧିକାରୀଙ୍କୁ ଏସ୍‌ଟିଏଫ୍‌ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.