ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଗଠନ ହେଲା ଏସଟିଏଫ, ନିୟମ କଡ଼ାକଡ଼ି ପାଳନ ଉପରେ ରଖିବେ ନଜର

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଜଧାନୀ ଦିଲ୍ଲୀ । ଅନେକ ସ୍ଥାନରେ ୪୦୦ ଉପରେ ରହିଛି ବାୟୁମାନ ସୂଚକାଙ୍କ। ଫଳରେ ଦିଲ୍ଲୀବାସୀ ଭୋଗୁଛନ୍ତି ଅନେକ ସମସ୍ୟା। ଆଖି ଯନ୍ତ୍ରଣା, ଶ୍ବାସକ୍ରିୟାରେ ଅସୁବିଧା ସମେତ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଜିଆରଏପିର ଚାରି ପର୍ଯ୍ୟାୟ ଲାଗୁ କରାଯାଇଛି।

ଏମିତିରେ ଗୁରୁବାର ପ୍ରଦୂଷଣକୁ ରୋକିବା ପାଇଁ ଏସଟିଏଫ ଗଠନ କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହାର ଘୋଷଣା କରିବା ସହ କହିଛନ୍ତି ଯେ, ଏସଟିଏଫ କିଭଳି କାମ କରିବ ତାହା ମଧ୍ୟ କହିଛନ୍ତି। ସେ କହିଛନ୍ତି ଆଗାମୀ ଦୁଇ ଦିନ ପ୍ରଦୂଷଣ ଅତି ଖରାପ ରହିବ। ଏହାକୁ ଦେଖି ଗୁରୁବାର ଏକ ୬ ସଦସ୍ୟ ବିଶିଷ୍ଟ ଏସଟିଏଫର ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପାର୍କିଂ ଫି ହେଲା ଦୁଇ ଗୁଣା, ପ୍ରଦୂଷଣକୁ ଦୃଷ୍ଟିରେ ରଖି NDMCର ପଦକ୍ଷେପ

ଗୋପଳ ରାୟ ଏସଟିଏଫର ଗଠନ କରି ଘୋଷଣା କରିଛନ୍ତି ଯେ, ଯେଉଁ ଜିଆରଏପିର ନିୟମ ରହିଛି ତାହାକୁ ଗ୍ରାଉଣ୍ଡରେ ଲାଗୁ କରିବା ଏବଂ ନିୟମ ଉପରେ ନିରୀକ୍ଷଣ କରିବା ପାଇଁ ଏସଟିଏଫର ଗଠନ କରାଯାଇଛି। ଏହି ଏସଟିଏଫ ପ୍ରତିଦିନ ସବୁ ବିଭାଗକୁ ସକାଳେ ଏବଂ ସନ୍ଧ୍ୟାରେ ରିପୋର୍ଟ ଦେବେ। ପ୍ରତିଦିନ ସରକାରଙ୍କ ମଧ୍ୟ ରିପୋର୍ଟ ଦେବେ। ଯଦି କୌଣସି ଅସୁବିଧା ହୁଏ ତେବେ ତାହାର ସମାଧାନ କରିବେ।

ସୂଚନାଥାଉକି, ଦିଲ୍ଲୀରେ ଜିଆରଏପିର ଚାରି ପର୍ଯ୍ୟାୟର ନିୟମ ଲାଗୁ ହୋଇଛି। ଏହା ଅନୁଯାୟୀ, ଦିଲ୍ଲୀବାସୀଙ୍କ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଯାଇଛି।

ଆହୁରି ପଢ଼ନ୍ତୁ: ବର୍ଷା ପରେ ବି ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ; ଆନନ୍ଦ ବିହାରରେ ଏକ୍ୟୁଆଇ ୨୮୨ ରେକର୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.