ଆକ୍ସନ ମୁଡରେ STF, ୫ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା ଟିମ୍
27/01/2023 at 11:37 AM

ଭୁବନେଶ୍ୱର ୨୭/୦୧: ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବାଉନ୍ ସୁଗାର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍ ଟି ଏଫ୍ । ୫ହଜାର ୨ଶହ ୬୯କିଲୋଗ୍ରାମ ଗଞ୍ଜେଇ ଏବଂ ୧କିଲୋ ୩୨ଗ୍ରାମ ଜବତ୍ ବ୍ରାଉନସୁଗାରକୁ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଠାରେ ଥିବା ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡରେ ପୋଡି ନଷ୍ଟ କରିବା ପାଇଁ ପହଞ୍ଚିଲା ଏସଟିଏଫ୍ ।
ଘଟଣା ସ୍ଥଳରେ STF IG ଜେ ଏନ୍ ପଙ୍କଜ ଓ STF SP କେ କେ ପାଣିଗ୍ରାହୀ ପହଞ୍ଚି ଥିବା ବେଳେ ଏସ.ଟି.ଏଫ୍ ର ଏକ ଦଶ ଜଣିଆ ଟିମ୍ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜବତ ନିଶା ସାମଗ୍ରୀ ପୋଡ଼ି ନଷ୍ଟ କରାଯାଇଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023