ଜାଲ୍‌ନୋଟ୍ ଜବତ ଘଟଣାର ତନାଘନା, ଅଭିଯୁକ୍ତ ଘରେ କାଗଜପତ୍ର ଯାଞ୍ଚ କଲା ଏସ୍‌ଟିଏଫ୍

Published By : Prameya-News7 Bureau | September 05, 2023 IST

ସୁବର୍ଣ୍ଣପୁର ୫।୯: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ୍‌ନୋଟ୍ ଜବତ ଘଟଣାରେ ଅଭିଯୁକ୍ତଙ୍କ ଘରେ ପୁଣି ଯାଞ୍ଚ । କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି l

{"id":840554,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ମାତିଖାଇ ନୂଆବସ୍ତିରେ ପହଞ୍ଚି ଜାଲ୍‌ନୋନ୍ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ଛାନଭିନ୍ କରିଛି । ଅଭିଯୁକ୍ତଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଫେରିଥିବା ଜଣାପଡିଛି l ଯାଞ୍ଚ ସମୟରେ ଆଧାର କାର୍ଡ଼, ଭୋଟର କାର୍ଡ଼, ଚେକ୍ ବହି, ମୋବାଇଲ୍ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚର ଏସଟିଏଫର ଯାଞ୍ଚ ସମୟରେ ଉଲୁଣ୍ଡା ଥାନାର ଏସଆଇ ସରୋଜ ପାଣିଗ୍ରାହୀ ଏବଂ ସ୍ମିତା ଦାସ ଉପସ୍ଥିତ ଥିଲେ ।

ତିନି ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ୪୧ ଲକ୍ଷ ୧୬ ହଜାର ଟଙ୍କାର ଜାଲ୍‌ନୋଟ୍ ଜବତ କରିଥିଲା ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.