scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

STF ପଞ୍ଝାରେ ବଜ୍ରକାପ୍ତା ବେପାରୀ, ବିକ୍ରି ପାଇଁ ଡିଲ୍‌ ବେଳେ ମାଡିବସିଲା ଟିମ୍‌

30/09/2023 at 12:42 PM

ଭୁବନେଶ୍ୱର ୩୦।୦୯ : ଏସ୍‌ଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ । ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଘାଟ ନିକଟରୁ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ଏହାସହିତ ଜଣେ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ଟିମ୍‌ ।

ଖବର ଅନୁଯାୟୀ, ୧୦ ଲକ୍ଷ ଟଙ୍କାରେ ବଜ୍ରକାପ୍ତାଟିକୁ ବିକ୍ରି ପାଇଁ ହୋଇଥିଲା ଯୋଜନା । ଆଉ ଏହି ଯୋଜନା କ୍ରମରେ ବଲାଙ୍ଗୀର ଜିଲ୍ଲା ଦେବଗାଓଁ ବିଡି ଛକ ନିକଟ ଦେଇ ବେପାରୀ ଜଣଙ୍କ ବଜ୍ରକାପ୍ତା ନେଇ ଯାଉଥିଲେ । ପୂର୍ବରୁ ସୂଚନା ପାଇଥିବା ଏସ୍‌ଟିଏଫ୍‌ ଟିମ୍‌ ଦେବଗାଓଁ ବିଡି ଛକ ନିକଟରେ ଛକି ବସିଥିଲା । ଆଉ ବଜ୍ରକାପ୍ତା ବେପାରୀଙ୍କୁ ଦେଖି ମାଡିବସିଥିଲା । ତାଙ୍କ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ଏହାସହିତ ବେପାରୀ ସେବକ ଧାରୁଆଙ୍କୁ ଗିରଫ ମଧ୍ୟ କରିଛି ।

ସେହିପରି ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଏସ୍‌ଟିଏପ୍‌ ଟିମ୍‌ ଖୋଳତାଡ଼ ଜାରି ରଖିଛି । ଏପିରିକି ଗିରଫ ବେପାରୀ ସେବକ ଧାରୁଆଙ୍କୁ ମଧ୍ୟ ଜେରା କରୁଛି ଏସ୍‌ଟିଏଫ୍‌ ।

   Related Posts