scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଂଲଣ୍ଡକୁ ଝଟ୍‌କା, କ୍ରିକେଟ୍‌ର ସବୁ ଫର୍ମାଟରୁ ଷ୍ଟିଭେନ୍‌ ଫିନ୍‌ଙ୍କ ଅବସର

15/08/2023 at 8:57 AM

ଲଣ୍ଡନ ୧୫।୦୮:  ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଂଲଣ୍ଡକୁ ଝଟ୍‌କା । କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଷ୍ଟିଭେନ୍‌ ଫିନ୍‌ । ଏନେଇ ସେ ନିଜ ଇଂଲଣ୍ଡ କ୍ରିକେଟ ବୋର୍ଡକୁ ଜଣାଇଛନ୍ତି ।

ଖବର ଅନୁଯାୟୀ,  ଟେଷ୍ଟ କ୍ରିକେଟ୍‌ରେ ୧୨୫  ୱିକେଟ୍‌ ସହ ମୋଟ୍‌ ୫୭୦ ପ୍ରଥମ ଶ୍ରେଣୀ ୱିକେଟ୍‌  ସହ ଫିନ୍‌ କ୍ରିକେଟ୍‌କୁ ଅଲ୍‌ବିଦା କହିଛନ୍ତି । ବର୍ତ୍ତମାନ  ଫିନ୍‌ଙ୍କ ବୟସ ୩୪ବର୍ଷ । ବୟସ ଅଧିକ ହୋଇ  ନଥିଲେ ହେଁ ଆହତ ସମସ୍ୟା ଯୋଗୁ ସେ କ୍ରିକେଟ୍‌ରୁ  ଦୂରେଇବାକୁ ବାଧ୍ୟ ହୋଇଛନ୍ତି ।

ତେବେ  ଆଣ୍ଠୁରେ ଆଘାତ  ସମସ୍ୟାକୁ ନେଇ ସେ ଚଳିତ ବର୍ଷ କାଉଣ୍ଟି କ୍ରିକେଟ୍‌  ଖେଳିପାରି ନଥିଲେ । ୨୦୦୫ରେ ମିଡିଲସେକ୍ସ ପକ୍ଷରୁ କାଉଣ୍ଟି ପଦାର୍ପଣ କରିବା ଦିନଠୁ ଫିନ୍‌ଙ୍କ  ଘାତକ ବୋଲିଂ ଜାରି ରହିଥିଲା । ସେ ଇଂଲଣ୍ଡ ପକ୍ଷରୁ  ୨୦୧୦ରେ ପଦାର୍ପଣ କରିଥିଲେ । କ୍ୟାରିୟର ମଧ୍ୟରେ  ସେ ୩୬ଟି ଟେଷ୍ଟ, ୬୯ଟି ଦିନିକିଆ ଖେଳି ୧୦୨ଟି  ୱିକେଟ୍‌ ଓ ୨୧ଟି ଟି-ଟ୍ୱେଣ୍ଟି ଖେଳି ୨୭ଟି ୱିକେଟ୍‌  ଅକ୍ତିଆର କରିଛନ୍ତି । ଫିନ୍‌ଙ୍କ ସମୟରେ ଇଂଲଣ୍ଡ  ୩ଥର ଆସେସ୍‌ ଚାମ୍ପିଅନ୍‌ ହୋଇଛି ।

   Related Posts